କନକ ବ୍ୟୁରୋ: ଗୋଟିଏ ପଟେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ୩୧ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରରେ ତାପମାତ୍ରା । ୮୫ ପ୍ରତିଶତ ଆଦ୍ରତା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ ତାପମାତ୍ର କମ୍ ରହିଥିବା ବେଳେ ଆଜି ସକାଳୁ ପ୍ରବଳ ଗରମ ଅନୁଭୁତ ହେଉଛି । ଯାହା ଦ୍ୱାରା ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ତେବେ ଦିନ ବଢ଼ିବା ସହ ଖରା ବଢ଼ିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Heat-wave-in-Odisha.jpg)