ସକାଳୁ ରାଜଧାନୀରେ ଅସହ୍ୟ ତାତି । ୮ଟା ୩୦ ସୁଦ୍ଧା ୩୧ଦଶମିକ ୪ଡିଗ୍ରୀ ତାପମାତ୍ରା ରେକର୍ଡ ।

ବାଲେଶ୍ୱର, ଅନୁଗୁଳ ଓ ମୟୁରଭଞ୍ଜରେ ବର୍ଷା ସହ କୋହଲା ପାଗ

94

କନକ ବ୍ୟୁରୋ: ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାତି ୩୧ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଦ୍ରତା ରହିଛି ୮୧ ପ୍ରତିଶତ । ଆଜି ମଧ୍ୟାହ୍ନ ଯାଏଁ ଗୁଳୁଗୁଳିର ମାତ୍ରା ଅଧିକ ରହିବା ସମ୍ଭାବନା ରହିଛି । ଭୁବନେଶ୍ୱର ସହ ସମ୍ବଲପୁରରେ ସକାଳ ୮ଟା ୩୦ ସୁଦ୍ଧା ତାତି ୩୧ ଦଶମିକ ୪ ରହିଥିବା ବେଳେ ଚାନ୍ଦବାଲିରେ ୩୧ ଡିଗ୍ରୀ, ପାରାଦୀପରେ ୩୦ ଦଶମିକ ୬, ହୀରାକୁଦରେ ୩୦ ଦଶମିକ ୪, ରାଉରକେଲା ଓ ଝାରସୁଗୁଡ଼ାରେ ୩୦ ଡିଗ୍ରୀ, ପୁରୀ ଓ ବାଲେଶ୍ୱରରେ ୨୯ ଦଶମିକ ୬, ଗୋପାଳପୁରରେ ୨୮ ଦଶମିକ ୨ ଓ କେନ୍ଦୁଝରରେ ୨୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ସହ ଆଜି ରାଜ୍ୟର କିଛି ସ୍ଥାନରେ କାଳବ÷÷ଶାଖୀ ସମ୍ଭାବନା ରହିଛି । ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷାର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ବୌଦ୍ଧ, ମୟୂରଭଞ୍ଜ, ଦେବଗଡ଼ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କୁଆପଥର ବର୍ଷା ଓ ପବନ ଯୋଗୁ କୃଷି ପ୍ରଭାବିତ ହେବା ଆଶଙ୍କା ରହିଛି । ବିପଦସଙ୍କୁଳ କୋଠା ପ୍ରତି ମଧ୍ୟ ବିପଦ ରହିଛି । ମାଟି ଘର ମଧ୍ୟ ଭାଙ୍ଗିଯାଇପାରେ । ଗଛଭାଙ୍ଗି ପଡ଼ିବା ଆଶଙ୍କା ଥିବାରୁ ବର୍ଷା ସମୟରେ ଗଛତଳେ ଆଶ୍ରୟ ନେବାକୁ ବାରଣ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।