ଆକାଶରୁ ବର୍ଷୁଛି ନିଆଁ: ଅଘୋଷିତ ବିଦ୍ୟୁତ କାଟରେ ଅତିଷ୍ଠ ଲୋକେ

204

କନକ ବ୍ୟୁରୋ: ଆକାଶରୁ ନିଆଁ ବର୍ଷୁଛି । ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ । ସେପଟେ ପ୍ରବଳ ଗରମରେ ଜଳୁଛି ସୋନପୁର । କିଛି ଦିନହେଲା ତାପମାତ୍ରା ବଢିଚାଲିଥିବା ବେଳେ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୪ ଦିନ ହେଲା ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ଉପରେ ରହୁଛି । । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ଟାରୁ ରାସ୍ତା ଘାଟ ଶୂନଶାନ୍ ହୋଇପଡୁଛି । ଘରୁ ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ସ୍ଥାନୀୟ ଲୋକେ ଗରମ ଗୁଳୁଗୁଳିରୁ ରକ୍ଷା ପାଇବାକୁ ଥଣ୍ଡା ପାନୀୟ ଦୋକାନରେ ଭିଡ ଲଗାଇଛନ୍ତି । ସବୁଠୁ ବଡ କଥା ହେଲା ଗରମ ଗୁଳୁଗୁଳି ଭିତରେ ଅଘୋଷିତ ବିଦ୍ୟୁତ କାଟରେ ଜନଜୀବନ ଅସହ୍ୟ ହୋଇପଡୁଛି ।