କନକ ବ୍ୟୁରୋ: ୫ ଟି ରାଜ୍ୟରେ ନିର୍ବାଚନ ଘୋଷଣା ହେବା ପରେ ଜବତ ହେଉଛି ଗଦ ଗଦା ଟଙ୍କା । ତେଲେଙ୍ଗାନା ବିଧାନସଭା ନିର୍ବାଚନ ନଭେମ୍ବର୩୦ ତାରିଖରେ ହେବ ବୋଲି ଘୋଷଣା ହେବ ବୋଲି ଘୋଷଣା ହୋଇଛି । ଏହା ମଧ୍ୟରେ ତେଲେଙ୍ଗାନା ପୁଲିସ ରଙ୍ଗାରେଡ୍ଡିର ଗଚ୍ଚିବାଉଲି ଅଞ୍ଚଳରୁ ଏକ କାରରୁ ୫ କୋଟି ଟଙ୍କା ଜବତ କରିଛି । ଏ ଟଙ୍କା ବାବଦରେ କାର ।ଳକକୁ ପଚାରିବାରୁ ଏହାର ହିସାବ ଦେଇପାରିନଥିଲେ ଚାଳକ । ଫଳରେ ୩ଜଣଙ୍କୁ ଅଟକ ରଖିଛି ପୁଲିସ ।
ପୁଲିସର ତଥ୍ୟ ମୁତାବକ, ଯାନବାହାନ ଚେକିଙ୍ଗ ସମୟରେ ଗୋଟିଏ କାରରୁ ଦୁଇଟି ସୁଟକେଶରୁ ବିପୁଳ ଟଙ୍କା ମିଳିଛି । ଏହା ଖୋଲି ଦେଖି ପୁଲିସର ହୋସ୍ ଉଡିଯାଇଥିଲା । ସବୁ ଟଙ୍କା ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ କହିଥିଲେ ଯେ, ୫ଟି ରାଜ୍ୟରେ ନିର୍ବାଚନ ଘୋଷଣା ପରଠାରୁ ଏଯାଏଁ ୧୭୬୦ କୋଟି ବେହିସାବ ଟଙ୍କା ଜବତ ହୋଇସାରିଛି । ଏହା ୨୦୧୮ରେ ଜବତ ହୋଇଥିବା ଟଙ୍କାଠାରୁ ୭ ଗୁୁଣା ଅଧିକ । ଏବେ ନିର୍ବାଚନ ଆୟୋଗ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଏଜେନ୍ସି ମିଶି ଚଢଉ ଟଙ୍କା ଜବତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/money-.jpg)