ଦେଖିପାରିଲେନି କୁନି ପୁଅର ମୁହଁ, ହୃତଘାତରେ ଚାଲିଗଲେ ଯବାନ ସୌଦାଗର ବିଶ୍ୱାଳ।

190

କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ମାଆ । ଝୁରୁଛି ଗାଁ ମାଟି । ମନରେ ଅନେକ ଖୁସି ନେଇ ନିଜ ମାଟିକୁ ଫେରୁଥିଲା ପୁଅ । ଫେରିବା ବାଟକୁ ଚାହିଁ ବସିଥିଲା ମା’ । ପୁଅ ତ ଫେରିଲା ହେଲେ ଆସିଲା ଶବ ହୋଇ । ଏହିଭଳି ଏକ ଛାତିଫଟା ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଧରାକୋଟ ଜଗମୋହନ ଗାଁରେ । ଗାଁର ପୁଅ ଯବାନ ସୌଦାଗର ବିଶ୍ୱାଳ ସାଧାରଣତନ୍ତ୍ର ଦିବସରେ ଯୋଗଦେଇଥିଲେ । ଏମିତିକି ସାଙ୍ଗସାଥୀଙ୍କ ସହ ନାଚି, ଗାଇଥିଲେ । ହେଲେ ଘରକୁ ଫେରିବା ବେଳେ ଟ୍ରେନରେ ହୃଦଘାତରେ ଚାଲିଗଲା ଜୀବନ । ସୌଦାଗରଙ୍କୁ ହରାଇ ପରିବାର ଅସହାୟ ହୋଇପଡ଼ିଥିବା ବେଳେ ଯବାନକୁ ଝୁରୁଛି ଗାଁ ମାଟି । ରେଳ ବିଭାଗର ସ୍ୱତନ୍ତ୍ର ଫୋର୍ସରେ କାମ କରୁଥିଲେ ସୌଦାଗର । ଏବେ ଛତିଶଗଡ କାମରୁଲରେ କାର୍ଯ୍ୟରତ ଥିଲେ । ପରିବାରକୁ ଭେଟିବାପାଇଁ ଗାଁକୁ ଫେରୁଥିବା ବେଳେ ଦାନ୍ତେୱାଡା ନିକଟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।