କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ କାକିନାଡା ଜିଲ୍ଲା ୟନମ୍ ପଡାବଲା ଗଳିରେ ରହୁଥିବା ୟୁକୋ ବ୍ୟାଙ୍କ ମ୍ୟାନେଜର ସାଇ ରତ୍ନ ଶ୍ରୀକାନ୍ତ ଆତ୍ମହତ୍ୟା କରିଛନ୍ତି । ଶ୍ରୀକାନ୍ତ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ଭଡା ଘରେ ଖୁସିରେ ରହୁଥିଲେ । ହେଲେ କାଳ ହେଲା ଗ୍ରାହକଙ୍କୁ ଋଣ ଦେବା । ଶ୍ରୀକାନ୍ତ ତାଙ୍କ ବେଡରୁମରେ ଫ୍ୟାନରେ ଝୁଲିପଡି ଆତ୍ମହତ୍ୟା କରିଥିବା ଜଣାପଡିଛି ।
ପୋଲିସର ପ୍ରାଥମିକ ସୂଚନା ମୁତାବକ, ଶ୍ରୀକାନ୍ତ ମଛଲିପଟନମରେ ୩ ବର୍ଷ ଯାଏଁ ବ୍ୟାଙ୍କ ମ୍ୟାନଜର ଭାବେ କାର୍ଯ୍ୟ କରୁଥିଲେ । ସେତେବେେଳେ ବ୍ୟାଙ୍କ ମାଛ ପୋଖରୀର ରକ୍ଷଣାବେକ୍ଷଣ ପାଇଁ ମାଛ ଚାଷୀଙ୍କୁୁ ଋଣ ଦେଇଥିଲେ । ତେବେ ହିତାଧିକାରୀ ଋଣ କିସ୍ତି ଠିକ ସମୟରେ ନସୁଝିବାରୁ ଶ୍ରୀକାନ୍ତ ନିଜେ ଋଣ ବାବଦ ଟଙ୍କା ପୈଠ କରିଥିଲେ । ଏହାକୁ ନେଇ ସେ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିଲେ । ଏହି ଆର୍ଥିକ ସମସ୍ୟା ଯୋଗୁଁ ସେ ହୁଏତ ଆତ୍ମହତ୍ୟା କରିଥାଇପାରନ୍ତି ବେଲି ପୋଲିସ ଅନୁମାନ କରୁଛି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।
ମଛଲିପଟନମରୁ ଶ୍ରୀକାନ୍ତ ୟନମ୍ ବ୍ୟାଙ୍କକୁ ବଦଳି ହୋଇଥିଲେ । ବଦଳି ପରେ ବି ଋଣ ସୁଝିବାକୁ ତାଙ୍କ ନିଜ ହାତରୁ ୩୫ ଲକ୍ଷ ଟଙ୍କା ପୈଠ କରିବାକୁ ପଡିଥିଲା । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1-22.jpg)