କନକ ବ୍ୟୁରୋ: ଘର ଜଳିଯିବାର ଦୁଃଖ ସହି ନ ପାରି ଆତ୍ମହତ୍ୟା କଲେ ମହିଳା । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିତନା ପଂଚାୟତ ପୁରସ୍ତମପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ଗାଁର ଜନ୍ମଜୟ ନାୟକଙ୍କ ଘର ସଟସର୍କିରୁ ଅଗ୍ନିକାଣ୍ଡ ଘଟି ପୋଡି ଯାଇଥିଲ । ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଥିଲ । ଟିଭି, ଫ୍ରିଜ୍, କୁଲର, ସମତ ଅନେକ ଦରକାରୀ ଜିନିଷ ପୋଡି ଯାଇଥିଲା । ଯାହାର ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ହେବ । ତେବେ ଘର ଜଳିଯିବା ଦୁଃଖ ସହି ନ ପାରି ଅବସାଦରେ ଆସି ଆତ୍ମହତ୍ୟା କରିଛନ୍ତି ଜନ୍ମଜୟ ନାୟକଙ୍କ ପତ୍ନୀ ଧନୁଲତା ନାୟକ । ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି ।