ଯାଜପୁର ବିଞ୍ଝାରପୁର ଅଂଚଳରୁ ଆସିଛି ଦୁଃଖଦ ଖବର । ଭାରତର ପରାଜୟ ସହିନପାରି ଆତ୍ମହତ୍ୟା କଲେ ଯୁବକ

777

କନକ ବ୍ୟୁରୋ : ଭାରତ ବିଶ୍ୱକପ୍ ଫାଇନାଲରେ ହାରିବା ପରେ ଆତ୍ମହତ୍ୟା କଲେ ଯୁବକ । ଯାଜପୁର ବିଞ୍ଝାରପୁର ଅଂଚଳରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଜରି ଗାଁର ଯୁବକ ଦେବରଞ୍ଜନ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଦେବ ରଞ୍ଜନ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦେବରଞ୍ଜନ ପୂର୍ବରୁ ମାନସିକ ରୋଗରେ ପୀଡିତ ଥିଲେ । ଗତକାଲି କ୍ଷେତକୁ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଗତକାଲି ସେ ଫାଇନାଲ ମ୍ୟାଚ ଦେଖୁଥିଲେ । ଭାରତ ହାରିବା ପରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।