କନକ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ । ବାପା-ମାଆଙ୍କୁ ହରାଇ ଭୋକ ବିକଳରେ କାନ୍ଦୁଛି ୩ ମାସର କଁଅଳ ଶିଶୁ । ସୁନ୍ଦରଗଡ଼ ଟେନସା ଫାଣ୍ଡି ଜିରୋ ପଏଣ୍ଟରୁ ଆସିଲା ହୃଦୟ ବିଦାରକ ଘଟଣା ।

ଏକ ଆମ୍ବ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ନନ୍ଦଲାଲ ଚାମ୍ପିଆ । ଜାନୁଆରୀ ୨୬ ତାରିଖ ଦିନ ନିଆଁ ପୋଉଁଥିବା ବେଳେ ସାଢ଼ିରେ ନିଆଁ ଲାଗି ଗୁରୁତର ହୋଇଥିଲେ ସ୍ତ୍ରୀ ଜିନିଦ କାଣ୍ଡୁଲାନା । ରାଉରକେଲାର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶରୀରରେ ସଂକ୍ରମଣ ବଢ଼ିବାରୁ ଗତ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସ୍ୱାମୀ ନନ୍ଦଲାଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଦମ୍ପତ୍ତିିଙ୍କର ୩ ମାସର ଏକ ଶିଶୁ ଥିବା ବେଳେ ଏବେ ଅଜା-ଆଇ ତାର ଯତ୍ନ ନେଉଛନ୍ତି ।