କନକ ବ୍ୟୁରୋ: ଭାରତରେ ଦ୍ରୁତଗତିରେ ବଢ଼ୁଛି ଜନସଂଖ୍ୟା । ୱାଲ୍ଡ ପପୁଲେସନ ପ୍ରସଫେକ୍ଟସସ ୨୦୨୪ରେ ରିପୋର୍ଟରେ ପ୍ରକାଶ ପାଇଛି । ୨୦୬୦ ସୁଦ୍ଧା ଭାରତର ଜନସଂଖ୍ୟା ୧.୭ ବିଲିୟନ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଏହାସହ କୁହାଯାଇଛି ଯେ ଶତାଦ୍ଧୀର ଶେଷ ସୁଦ୍ଧା ଭାରତର ଜନସଂଖ୍ୟା କମିଲେ ବି ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ ହୋଇ ରହିବ । ଆଗାମୀ ୫୦ରୁ ୬୦ବର୍ଷ ଭିତର ସମଗ୍ର ବିଶ୍ବର ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବ । ଗତବର୍ଷ ଭାରତ ଚୀନକୁ ପଛରେ ପକାଇ ବିଶ୍ବର ସବୁଠୁ ବହୁଳ ଦେଶ ହୋଇସାରିଛି । ଏଥିସହ ରିପୋର୍ଟରେ କୁହାଯାଇଛି ଦେଶରେ ବୟସ୍କଙ୍କ ବୟସ ବଢ଼ିବ ଓ ଜିଇଁବା ବୟସ ୭୦ରୁ ବଢ଼ି ୮୩ ହୋଇପାରେ ।