ବିଂଶ ଶତାବ୍ଦୀର ସବୁଠୁ ବଡ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଗୋଟାଏ ଭୋପାଳ ଗ୍ୟାସ ଦୁର୍ଘଟଣା : ଜାତିସଂଘ

ବିଂଶ ଶତାବ୍ଦୀର ସବୁଠୁ ବଡ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଗୋଟାଏ ଭୋପାଳ ଗ୍ୟାସ ଦୁର୍ଘଟଣା : ଜାତିସଂଘ

source : Medium

ଭୋପାଳ ଗ୍ୟାସ ଦୁର୍ଘଟଣାକୁ ବିଂଶ ଶତାବ୍ଦୀରେ ହୋଇଥିବା ୯ଟି ପ୍ରମୁଖ ଶିଳ୍ପ ଦୁର୍ଘଟଣା ମଧ୍ୟରେ ଅନ୍ତର୍ଭୁକ୍ତ କରିଛି ଜାତିସଂଘ। ଶ୍ରମିକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ୧୦୦ ବର୍ଷର ଅଭିଜ୍ଞତା ସମ୍ବଳିତ ଜାତିସଂଘର ଏହି ରିପୋର୍ଟରେ କୁହାଯାଇଛି, ୧୯୧୯ ମସିହା ପରେ ହୋଇଥିବା ପ୍ରମୁଖ ଶିଳ୍ପ ଦୁର୍ଘଟଣା ମଧ୍ୟରେ ଭୋପାଳ ଗ୍ୟାସ ଦୁର୍ଘଟଣା ଅନ୍ୟତମ। ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ୧୯୮୪ରେ ଭୋପାଳସ୍ଥିତ ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡ଼ର କୀଟନାଶକ କାରଖାନାରୁ ନିର୍ଗତ ୩୦ ଟନ୍ ମିଥାଇଲ୍ ଆଇସୋସାଇନାଇଟ ଗ୍ୟାସ ଯୋଗୁଁ ୬ ଲକ୍ଷ ଶ୍ରମିକ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହୋଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ ଏବେ ଯାଏଁ ଏହି ଗ୍ୟାସ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ନିର୍ଗତ ହୋଇଥିବା ଗ୍ୟାସର ବିଷାକ୍ତ ପଦାର୍ଥ ଯୋଗୁଁ ଏବେ ମଧ୍ୟ ହଜାର ହଜାର ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗ୍ୟାସ ଦୁର୍ଘଟଣା ବେଳେ ବଂଚିଯାଇଥିବା ଲୋକଙ୍କ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହେବା ସହ ରୋଗପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଉଥିବା ପ୍ରକାଶ।

publive-image

ଭୋପାଳ ଗ୍ୟାସ ଦୁର୍ଘଟଣା ବ୍ୟତୀତ, ଚେର୍ଣ୍ଣୋବିଲ ବିପର୍ଯ୍ୟୟ, ଫୁକୁସିମା ପରମାଣୁ ବିପର୍ଯ୍ୟୟ, ରାଣା ପ୍ଳାଜ଼ା କୋଠା ଭୁଶୁଡିବାକୁ ଶତାବ୍ଦୀର ୯ଟି ପ୍ରମୁଖ ଶିଳ୍ପ ଦୁର୍ଘଟଣା ଭାବେ ଦର୍ଶାଇଛି ଜାତିସଂଘ ରିପୋର୍ଟ। ୧୯୮୬ ଏପ୍ରିଲରେ ୟୁକ୍ରେନର ଚେର୍ଣ୍ଣୋବିଲ ପାୱାର ପ୍ଲାଣ୍ଟର ଚାରିଟି ପରମାଣୁ ରିଆକ୍ଟର ମଧ୍ୟରୁ ଗୋଟିଏରେ ବିସ୍ଫୋରଣ ଘଟିଥିଲା। ଏହି ରିଆକ୍ଟର ବିସ୍ଫୋରଣର ବିକିରଣ ହିରୋସୀମା ଏବଂ ନାଗାସାକି ପରମାଣୁ ବୋମାର ବିକରଣ ଠାରୁ ୧୦୦ ଗୁଣ ଅଧିକ ଥିଲା। ଏଥିରେ ୩୧ ଜଣଙ୍କ ବିପର୍ଯ୍ୟୟ ବେଳେ ହିଁ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଛନ୍ତି। ଏହାର ପ୍ରଭାବରେ ଏବେ ମଧ୍ୟ ଉକ୍ତ ଅଂଚଳରେ ଲୋକେ ମୃତ୍ୟୁମୂଖରେ ପଡୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ ବିକିରଣରେ ପ୍ରଭାବିତ ଲୋକେ ଥାଇରଏଡ଼ କ୍ୟାନ୍ସରରେ ପିଡିତ ହୋଇ ଲୋକେ ଜୀବନ ହରାଉଥିବା ପ୍ରକାଶ।

publive-image

୨୦୧୧ ମାର୍ଚ୍ଚ ଫୁକୁସିମା ବିପର୍ଯ୍ୟୟକୁ ମଧ୍ୟ ଜାତିସଂଘ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଜାପାନରେ ସୁନାମି ପରେ ଫୁକୁସିମା ପରମାଣୁ ପ୍ରକଳ୍ପରେ ବିପର୍ଯ୍ୟୟ ଘଟି ଲଗାତାର ବିସ୍ଫୋରଣ ହୋଇଥିଲା। ୨୦୧୩ରେ ବାଂଲାଦେଶ ଢାକାରେ ଥିବା ରାଣା ପ୍ଳାଜ଼ା ନାମକ କୋଠା ଭୁଶୁଡ଼ିବା ଫଳରେ ଅନ୍ୟୂନ ୧୧୩୨ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୨୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣାକୁ ମଧ୍ୟ ଜାତିସଂଘ ବିଂଶ ଶତାବ୍ଦୀର ପ୍ରମୁଖ ଶିଳ୍ପ ଦୁର୍ଘଟଣା ତାଲିକାରେ ରଖିଛି। ଜାତିସଂଘର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ଷକୁ ୨.୭୮ ନିୟୁତ ଶ୍ରମିକ ଶିଳ୍ପ ଦୁର୍ଘଟଣା ଏବଂ ଶ୍ରମସମ୍ପର୍କିତ ରୋଗ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି। ଏଥି ମଧ୍ୟରୁ ୨.୪ ନିୟୁତ ଶ୍ରମିକଙ୍କ ବିଭିନ୍ନ ରୋଗ ଯୋଗୁଁ ମୃତ୍ୟୁ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe