ବାତ୍ୟା ମୁକାବିଲା ନେଇ ପ୍ରଂଶସା ସାଉଁଟିଲା ଓଡିଶା । ମିଳିତ ଜାତିସଂଘର ବିପର୍ଯ୍ୟୟ ପ୍ରଶମନର ମୁଖ୍ୟ କହିଲେ, ଓଡିଶାଠାରୁ ଶିଖିବା ଦରକାର ବାତ୍ୟା ମୁକାବିଲାର ପ୍ରସ୍ତୁତି ।

185

କନକ ବ୍ୟୁରୋ: ବାତ୍ୟା ମୁକାବିଲା ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛି ଜାତିସଂଘ । ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ, ତାହା ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବା କଥା ବୋଲି କହିଛନ୍ତି ମିଳିତ ଜାତିସଂଘର ବିପର୍ଯ୍ୟୟ ପ୍ରଶମନ ମୁଖ୍ୟ ଅଧିକାରୀ ମାମି ମିଜୁଟୋରି । ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ନବୀନ ସରକାର ବାତ୍ୟା ଭଳି ବିପର୍ଯ୍ୟୟକୁ ସଠିକ ଢ଼ଙ୍ଗରେ ମୁକାବିଲା କରିପାରିଛନ୍ତି ବୋଲି ସେ କହିଛନ୍ତି ।

ବାତ୍ୟା ସତେ ଯେମିତି ଓଡିଶାର ଚିର ସାଥି ପାଲଟିଯାଇଛି ଏବଂ ପ୍ରାୟ ପ୍ରତ୍ୟେକବର୍ଷ ଏଭଳି ବିପର୍ଯ୍ୟୟ, ଏହାର ମୁକାବିଲା ପାଇଁ ଓଡିଶାକୁ ସେହି ପରିମାଣରେ ପ୍ରସ୍ତୁତ ବି କରିଦେଇଛି । ମିଳିତ ଜାତିସଂଘର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟର ମୁଖ୍ୟ ମାମି ମିଜୁଟୋରି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି, ବିପର୍ଯ୍ୟୟ ସମୟରେ ଶାସନ ବ୍ୟବସ୍ଥାକୁ କେମିତି ପ୍ରସ୍ତୁତ କରିହେବ, ସେ କ୍ଷେତ୍ରରେ ଓଡିଶା ଏକ ଉଦାହରଣ ପାଲଟିଛି । ପ୍ରସ୍ତୁତିରେ ନିବେଶ ଏବଂ ପରିସ୍ଥିତିକୁ ଦେଖି ଯୋଜନା କରିପାରୁଛି ଓଡିଶା ।

ନବୀନ ପଟ୍ଟନାୟକ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା ପରେ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି ଏବଂ  ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ମଧ୍ୟ ଗଠନ କରିଛନ୍ତି । ଖାଲି ସେତିକି ନୁହେଁ, ସେପଟେ ମନ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ମୁକାବିଲା ନେଇ ପ୍ରଶଂସା କରିଛନ୍ତି ।