ଜାତିସଂଘର ବଡ଼ ରିପୋର୍ଟ ! ଶାନ୍ତିବାହିନୀରେ ୭୦ବର୍ଷ ଭିତରେ ସହିଦ ହୋଇଛନ୍ତି ଅଧିକ ଭାରତୀୟ

ଜାତିସଂଘର ବଡ଼ ରିପୋର୍ଟ ! ଶାନ୍ତିବାହିନୀରେ ୭୦ବର୍ଷ ଭିତରେ ସହିଦ ହୋଇଛନ୍ତି ଅଧିକ ଭାରତୀୟ

କନକ ବ୍ୟୁରୋ : ଶାନ୍ତି ରକ୍ଷା ଦିଗରେ ଗତ ୭୦ବର୍ଷ ମଧ୍ୟରେ ସବୁଠୁ ଅଧିକ ସୁରକ୍ଷାକର୍ମୀଙ୍କୁ ହରାଇଛି ଭାରତ । ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟ ଅନୁଯାୟୀ ୧୯୪୮ ମସିହାରୁ ୩ହଜାର ୭୩୭ ଜଣ ଶାନ୍ତି ବାହିନୀ ବା ଶାନ୍ତି ଯବାନ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୬୩ଜଣ ଭାରତୀୟ ଯବାନ ।

publive-imageଆର୍ନ୍ତଜାତିୟ ଶାନ୍ତି ରକ୍ଷା ପାଇଁ କର୍ତବ୍ୟ କରିବାକୁ ଯାଇ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ଏହି ବୀର ଭାରତୀୟ ଯବାନ । ମିଳିତ ଜାତିସଂଘରେ ଭାରତର ଶାନ୍ତି ବାହିନୀ ତୃତୀୟ ବୃହତମ । ୟୁଏନ ପକ୍ଷରୁ ୬ହଜାର ୬୯୩ ଭାରତୀୟ ଯବାନ ବର୍ତମାନ ଆବେଇ,ସାଇପ୍ରସ, କୋଙ୍ଗୋ,ହାଇତି, ଲେବାନନ, ସାଉଥ୍ ସୁଦାନରେ ନିୟୋଜିତ ଅଛନ୍ତି ।ଚଳିତ ବର୍ଷ ମିଳିତ ଜାତିସଂଘ ତାର ୭୦ତମ ଶାନ୍ତିବାହିନୀ ପ୍ରତିଷ୍ଠା ଉତ୍ସବ ପାଳନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe