କନକ ବ୍ୟୁରୋ : ଶାନ୍ତି ରକ୍ଷା ଦିଗରେ ଗତ ୭୦ବର୍ଷ ମଧ୍ୟରେ ସବୁଠୁ ଅଧିକ ସୁରକ୍ଷାକର୍ମୀଙ୍କୁ ହରାଇଛି ଭାରତ । ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟ ଅନୁଯାୟୀ ୧୯୪୮ ମସିହାରୁ ୩ହଜାର ୭୩୭ ଜଣ ଶାନ୍ତି ବାହିନୀ ବା ଶାନ୍ତି ଯବାନ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୬୩ଜଣ ଭାରତୀୟ ଯବାନ ।
ଆର୍ନ୍ତଜାତିୟ ଶାନ୍ତି ରକ୍ଷା ପାଇଁ କର୍ତବ୍ୟ କରିବାକୁ ଯାଇ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ଏହି ବୀର ଭାରତୀୟ ଯବାନ । ମିଳିତ ଜାତିସଂଘରେ ଭାରତର ଶାନ୍ତି ବାହିନୀ ତୃତୀୟ ବୃହତମ । ୟୁଏନ ପକ୍ଷରୁ ୬ହଜାର ୬୯୩ ଭାରତୀୟ ଯବାନ ବର୍ତମାନ ଆବେଇ,ସାଇପ୍ରସ, କୋଙ୍ଗୋ,ହାଇତି, ଲେବାନନ, ସାଉଥ୍ ସୁଦାନରେ ନିୟୋଜିତ ଅଛନ୍ତି ।ଚଳିତ ବର୍ଷ ମିଳିତ ଜାତିସଂଘ ତାର ୭୦ତମ ଶାନ୍ତିବାହିନୀ ପ୍ରତିଷ୍ଠା ଉତ୍ସବ ପାଳନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/UN-.jpg)