କନକ ବ୍ୟୁରୋ : ଆତଙ୍କବାଦ ବିରୋଧୀ ଲଢେଇରେ ପୁଣି କଂଟା ସାଜିଲା ଚୀନ । ଜାତିସଂଘରେ ଭାରତ-ଆମେରିକାର ପ୍ରସ୍ତାବ ଉପରେ ୨ୟ ଥର ପାଇଁ ରୋକ ଲଗାଇଛି ଚୀନ । ଭିଟୋ ପାୱାର ବ୍ୟବହାର କରି ଚୀନ ଏହି ପ୍ରସ୍ତାବ ଉପରେ ଆଲୋଚନାକୁ ରୋକିଛି । ଆତଙ୍କୀ ସଂଗଠନ ଲସ୍କର ଏ ତୋୟବା ମୁଖ୍ୟ ହାଫିଜ ସଇଦର ପ୍ରୁଅ ତଲହାକକୁ ବ୍ଲାକ ଲିଷ୍ଟରେ ସାମିଲ କରିବାକୁ ଜାତିସଂଘରେ ପ୍ରସ୍ତାବ ଦିଆଯାଇଥିଲା । ୨୬/୧୧ ମୁମ୍ବାଇ ଆକ୍ରମଣରେ ମାଷ୍ଟର ମାଇଣ୍ଡ ହାଫିଜର ପୁଅ ହେଉଛି ତଲହା । ଚଳିତବର୍ଷ ଏପ୍ରିଲରେ ଭାରି ସରକାର ତଲହାକୁ ଆତଙ୍କବାଦୀ ଘୋଷଣା କରିଥିଲେ । ପାକିସ୍ତାନରେ ଥିବା ଲସ୍କର ଏ ତୋୟବର ବିଭିନ୍ନ ଶାଖାକୁ ତଲହା ଯାଉଥିବାବେଳେ ଭାରତ ବିରୋଧୀ ଷଡଯନ୍ତ୍ରରେ ସମ୍ପୃକ୍ତି ଥିବା ଜଣାପଡିଛି ।
ଚୀନକୁ କଡ଼ା ସମାଲୋଚନା କଲେ ଜାତିସଂଘ ମୁଖ୍ୟ । ରାଜନୈତିକ ଉଦ୍ଦେଶ୍ୟପାଇଁ ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା କହିଲେ ଆଟୋଂନିଓ ଗୁଟେରସ
/kanak/media/post_attachments/wp-content/uploads/2022/10/32-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)