କନକ ବ୍ୟୁରୋ: ମିଳିତ ଜାତିସଂଘର ମହାସଚିବ ଆଣ୍ଟନିଓ ଗୁଟେରସ ବୁଧବାର ମୁମ୍ବାଇରେ ୨୬/୧୧ ଆକ୍ରମଣରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁମ୍ବାଇର ତାଜ୍ ପ୍ୟାଲେସ ହୋଟେଲରେ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତିନି ଦିନିଆ ଭାରତ ଗସ୍ତରେ ଥିବା ଆଣ୍ଟନିଓଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗତ ଜାନୁଆରୀରେ ସେ ଦ୍ୱିତୀୟ ଥର ପାଇଁ ମହାସଚିବ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ପୂର୍ବରୁ ସେ ୨୦୧୮ରେ ଭାରତ ଗସ୍ତରେ ଆସିଥିଲେ ।
ଗୁଟେରସ ଆତଙ୍କବାଦର କଡା ନିନ୍ଦା କରିବା ସହ ଇତିହାସର ସବୁଠାରୁ ବର୍ବର କାଣ୍ଡ କହିଥିଲେ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏସମସ୍ତଙ୍କ ପରିବାର ପ୍ରତି ସେ ସମବେଦନା ଜ୍ଞାପନ କରିଥିଲେ ।
Follow Us