ଆଫଗାନିସ୍ତାନରେ ଖାଦ୍ୟାଭାବ : ଭାରତକୁ ଗହମ ମାଗିଲା ଜାତିସଂଘ

Advertisment
ଆଫଗାନିସ୍ତାନରେ ଖାଦ୍ୟାଭାବ : ଭାରତକୁ ଗହମ ମାଗିଲା ଜାତିସଂଘ

କନକ ବ୍ୟୁରୋ: ତାଲିବାନ୍ କବଜା ପରେ ଭୁଷୁଡି ପଡିଛି ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥା । ଏଠାରେ ଖାଦ୍ୟାଭାବ ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଏପରି ସ୍ଥିତିରେ ଖାଦ୍ୟ ଯୋଗାଇବାକୁ ଭାରତକୁ ଅନୁରୋଧ କରିଛି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ( ଡବ୍ଲୁଏଫପି) । ଆଫଗାନିସ୍ତାନର ବୁଭୁକ୍ଷୁଙ୍କୁ ଖାଦ୍ୟ ଯୋଗାଇବାକୁ ଗହମ ରପ୍ତାନି ପାଇଁ ଭାରତକୁ ଅନୁରୋଧ କରାଯାଇଥିବା ଡବ୍ଲୁଏଫପି ଅଧିକାରୀ ସୂଚନା ଦେଇଛନ୍ତି ।

ଡବ୍ଲୁଏଫ୍‌ପିର ଆଫଗାନିସ୍ତାନ ନିର୍ଦ୍ଦେଶକ ମେରୀ-ଏଲେନ ମ୍ୟାକ୍‌ଗ୍ରୋର୍ଟି ବୁଧବାର କହିଛନ୍ତି ଯେ, ଗତ ଦୁଇ ସପ୍ତାହ ହେଲା ଏ ବାବଦରେ ଭାରତ ସହ କଥାବାର୍ତ୍ତା ଚାଲିଛି ଏବଂ ଭାରତ ଖୁବ୍‌ଶୀଘ୍ର ସାହାଯ୍ୟ ଯୋଗାଇଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଆଫଗାନିସ୍ତାନବାସୀ ବର୍ତ୍ତମାନ ସମୂହ ଅନାହାରରେ ରହିବା ପରି ସ୍ଥିତିକୁ ଆସିଯାଇଥିବା ବେଳେ ଭାରତ ଗତବର୍ଷ ଯୋଗାଇ ଦେଇଥିବା ୭୫,୦୦୦ ଟନ୍ ଗହମ ଏ ବର୍ଷ ବି ଯୋଗାଇଦେବାକୁ ଜାତିସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe