ଉଲଗ୍ନ କରି ଫଟୋ ଉଠେଇଲେ : ଶୋଇବାକୁ ଦେଲେନି । ଇସ୍ରାଏଲ୍ କବଳରୁ ମୁକ୍ତ ହୋଇଥିବା ପାଲେଷ୍ଟାଇନୀୟମାନେ ଏମିତି କହିଲେ

115

UNWRA ରିପୋର୍ଟରେ ଇସ୍ରାଏଲ୍ ସେନା ଦ୍ଵାରା ପାଲେଷ୍ଟାଇନ ବନ୍ଦୀମାନଙ୍କ ପ୍ରତି ହୋଇଥିବା ଅସଦାଚରଣ ବିଷୟରେ ଖୁଲାସା କରାଯାଇଛି । ଇସ୍ରାଏଲ୍ ଜେଲରୁ ମୁକ୍ତ ହୋଇଥିବା ପ୍ରାୟ ୧୦୦ କଏଦୀଙ୍କ ସାକ୍ଷାତକାର ନେଇ  UNWRA ଏହି ରିପୋର୍ଟ ପ୍ରସ୍ତୁତ କରିଛି । UNWRA ରିପୋର୍ଟରେ କୁହାଯାଇଛି ଯେ ଇସ୍ରାଏଲ୍ ସେନା ଦ୍ଵାରା  ବନ୍ଦୀ ଥିବା ଗାଜା ନାଗରିକମାନେ ନିର୍ଯାତନାର ଶିକାର ହୋଇଛନ୍ତି ।

ଇସ୍ରାଏଲ୍ ଜେଲରୁ ମୁକ୍ତ ହୋଇଥିବା ପାଲେଷ୍ଟାଇନୀୟମାନେ ବନ୍ଦୀ ଅବସ୍ଥାରେ ସେମାନଙ୍କର ଦୁର୍ଦ୍ଦଶା ବିଷୟରେ ବର୍ଣନା କରିଛନ୍ତି ।

ବନ୍ଦୀ ଅବସ୍ଥାରେ ଥିବା ସମୟରେ ଇସ୍ରାଏଲ୍ ସେନା ସେମାନଙ୍କୁ ଅସଦାଚରଣ କରୁଥିଲା ବୋଲି ସେମାନେ କହିଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ଇସ୍ରାଏଲ୍ ସୈନିକମାନେ ଜେଲରେ ଥିବାବେଳେ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଥିଲେ। ଏହିପରି ନିର୍ଯାତନାରେ ଇଲେକ୍ଟ୍ରିକ୍ ଶକ୍, ଶୋଇବାକୁ ନଦେବା, ଉଲଗ୍ନ କରି ଫଟୋ ଉଠାଇବା ଏବଂ ବନ୍ଦୀମାନଙ୍କୁ  ଉପରେ କୁକୁର ଦ୍ଵାରା ଆକ୍ରମଣ କରେଇବା ଇତ୍ୟାଦି ଅନ୍ତର୍ଭୁକ୍ତ ।

UNWRA ମୁଖ୍ୟ ଫିଲିପେ ଲାଜାରିନି ଗଣମାଧ୍ୟମକୁ କହିଛନ୍ତି ଯେ ପାଲେଷ୍ଟାଇନ କଏଦୀମାନେ ବିଭିନ୍ନ ପ୍ରକାରର ଅସଦାଚରଣର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ବିଦ୍ୟୁତ ଆଘାତର ଧମକ, ନଗ୍ନ ଫଟୋ ଉଠାଇବା, ସେମାନଙ୍କୁ ଶୋଇବାକୁ ଅନୁମତି ନଦେବା ଏବଂ ସେମାନଙ୍କୁ ଭୟଭୀତ କରିବା ପାଇଁ କୁକୁର ବ୍ୟବହାର କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ।

୧୦୦ ରୁ ଅଧିକ କଏଦୀ ସେମାନଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କରିଥିଲେ

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଫେବୃଆରୀ ସୁଦ୍ଧା ଗାଜାକୁ ମୁକ୍ତ ହୋଇ ଫେରିଥିବା ୧୦୦୨ କଏଦୀଙ୍କ ମଧ୍ୟରୁ ୧୦୦ ରୁ ଅଧିକ UNWRAକୁ  ସାକ୍ଷାତକାର ଦେଇଛନ୍ତି । UNWRA ମୁଖ୍ୟ ଫିଲିପେ ଲାଜାରିନି କହିଛନ୍ତି ଯେ ଆମେ ମୁକ୍ତ ହୋଇଥିବା ଲୋକଙ୍କ ବିବୃତ୍ତି ରେକର୍ଡ କରିଛୁ ଏବଂ ବନ୍ଦୀମାନଙ୍କ ଅଧିକାର ଉପରେ ନଜର ରଖିଥିବା ଗୋଷ୍ଠୀ ସହ ସେୟାର କରିଛୁ ।

ଲାଜାରିନିଙ୍କ ମନ୍ତବ୍ୟ ଇସ୍ରାଏଲ ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା ​​ଏବଂ ଉଭୟ ପରସ୍ପରକୁ ଦୋଷାରୋପ କରିଥିଲେ। ଜାତିସଂଘ ଏଜେନ୍ସି ୪୫୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିୟୋଜିତ କରିଛି ବୋଲି ଇସ୍ରାଏଲ ଅଭିଯୋଗ କରିଛି । ଇସ୍ରାଏଲ ଅଭିଯୋଗ କରିଛି ଯେ ଅକ୍ଟୋବର ୭ ଆକ୍ରମଣରେ ଜଡିତ ଅନେକ ଆତଙ୍କବାଦୀ UNWRA ରେ କାମ କରନ୍ତି ।

ଇସ୍ରାଏଲ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି

ଯୌନଶୋଷଣ କିମ୍ବା ବନ୍ଦୀମାନଙ୍କ ପ୍ରତି ଅନ୍ୟ କୌଣସି ପ୍ରକାରର ଅସଦାଚରଣ ଅଭିଯୋଗକୁ ଇସ୍ରାଏଲ୍ ଆଇଡିଏଫ୍ ସମ୍ପୂର୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି । ଇସ୍ରାଏଲର ଆକଳନ ଅନୁଯାୟୀ, ହମାସ ଆକ୍ରମଣରେ ପ୍ରାୟ ୧୧୬୦ ଜଣ ଇସ୍ରାଏଲ ନାଗଡ଼ିକଙ୍କର ମୃତ୍ୟୁ ଘଟିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ପ୍ରତିଶୋଧ ପରାୟଣ ଆକ୍ରମଣରେ ପ୍ରାୟ ୩୦,୫୩୪ ଜଣଙ୍କର ମୃତ୍ୟୁ ଘଟିଛି, ଏଠି ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଅଟନ୍ତି ।