କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ବଡ ଝଟକା । ଏହି ଟେଷ୍ଟ ସିରିଜରୁ ପେସ ବୋଲର ଉମେଶ ଯାଦବ ଆହତ କାରଣରୁ ବାଦ ପଡିଛନ୍ତି । ତେବେ ଆହତ ହେବା ସହ ଉମେଶ ଭାରତକୁ ଫେରି ଆସିଛନ୍ତି । ବର୍ତ୍ତମାନ ଉମେଶ ଯାଦବଙ୍କ ସ୍ଥାନରେ ଯୁବ ପେସ ବୋଲର ଟି ନଟରାଜନଙ୍କୁ ସ୍ଥାନ ମିଳିପାରେ ବୋଲି ସୂଚନା ମିଳିଛି । ଟି ନଟରାଜନ ଏହି ଟେଷ୍ଟ ଜରିଆରେ ଡେବ୍ୟୁ କରିବେ ।
ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଉମେଶଙ୍କ ମାଂସପେଶୀରେ ଆଘାତ ଲାଗିଥିଲା । ଫଳରେ ସେ ପଡିଆ ଛାଡିଥିଲେ । ଏହାପରେ ଆହତ ସମସ୍ୟା ଯୋଗୁଁ ସେ ଟେଷ୍ଟ ସିରିଜରୁ ବାଦ ପଡିଥିଲେ ।
ପୂର୍ବରୁ ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ଏବେ ଉମେଶ ଯାଦବଙ୍କ ଆହତ ହେବା ଦଳର ଚିନ୍ତା ବଢାଇ ଦେଇଛି । ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ସହ ୧-୧ରେ ସମାନ ସ୍ଥିତିରେ ରହିଛି । ତେଣୁ ଆଗାମୀ ଦୁଇଟି ମ୍ୟାଚ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ହେବ ।
ଅନ୍ୟପକ୍ଷରେ ରୋହିତ ଶର୍ମା ଦଳ ସହ ଜଡିତ ହୋଇସାରିଛନ୍ତି । ଜାନୁଆରି ୭ ତାରିଖରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ୨୦୨୧ରେ ଭାରତ ତୃତୀୟ ଟେଷ୍ଟରେ ମୈଦାନକୁ ଓହ୍ଲାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/thequint_2020-12_68ece34d-5bf2-4c01-86b0-08a9b112f0b3_28121_ap28_12_2020_000145b.jpg)