ଟିମ୍ ଇଣ୍ଡିଆକୁ ଝଟକା । ଆହତ କାରଣରୁ ଟେଷ୍ଟ ଟିମରୁ ବାଦ୍ ପଡିଲେ ଉମେଶ ଯାଦବ ।

203

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦ୍ରୁତତମ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ସିରିଜରୁ ବାଦ୍ ପଡିଛନ୍ତି । ସିରିଜର ବାକି ଥିବା ଦୁଇଟି ମ୍ୟାଚ୍ ଖେଳିପାରିବେନି ଉମେଶ । ମିଳିଥିବା ସୂଚନା ଅନୁଯାୟୀ, ଉମେଶ ଯାଦବ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।

୩୩ବର୍ଷୀୟ ଉମେଶ ଯାଦବ, ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ମ୍ୟାଚ୍ ଖେଳୁଥିବା ବେଳେ ଆହତ ହୋଇଥିଲେ ଉମେଶ । ତାଙ୍କ ଗୋଡର ମାଂଶପେଶୀ ଟାଣିହୋଇଯାଇଥିବା ବେଳେ ସେ ଛୋଟେଇ ଛୋଟେଇ ପଡିଆରୁ ପ୍ୟାଭିଲିୟନ୍ ଫେରିଥିଲେ ।

ପୂର୍ବରୁ ମହମ୍ମଦ ଶାମି ଏବଂ ଇଶାନ୍ତ ଶର୍ମା ଆହତ ହୋଇଥିବାରୁ ଚିନ୍ତାରେ ଥିଲା ଭାରତ । ଆଉ ଏବେ ଉମେଶ ଯାଦବଙ୍କ ଆହତର ଖବର ଦଳକୁ ଏକ ବଡ ଝଟକା ଦେଇଛି । ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ମାତ୍ ଦେଇଥିଲା ଭାରତ । ଏବଂ ବର୍ତ୍ତମାନ ଏହି ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି ।