ଫିଟନେସ ଟେଷ୍ଟରେ ପାସ ହେଲେ ଉମେଶ ଯାଦବ । ଇଂଲଣ୍ଡ ବିପକ୍ଷରେ ଡେ ନାଇଟ ଟେଷ୍ଟ ପାଇଁ ଦଳରେ ହେଲେ ସାମିଲ ।

82

କନକ ବ୍ୟୁରୋ : ଫିଟନେସ ଟେଷ୍ଟରେ ପାସ ହେଲେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ । ଏହାସହ ଏବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଡେ ନାଇଟ ଟେଷ୍ଟ ମ୍ୟାଚରେ ଦଳରେ ସାମିଲ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ ।

ବିସିସିଆଇ ଟ୍ୱିଟ କରି କହିଛି, ଉମେଶ ଯାଦବଙ୍କୁ ବାକି ଦୁଇଟି ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇଛି । ୩୩ ବର୍ଷିୟ ଉମେଶ ମୋଟେରାରେ ନିଜ ଫିଟନେସ ଟେଷ୍ଟରେ ପାସ ହୋଇଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତରେ ଆହତ ହୋଇ ଉମେଶ ସ୍ୱଦେଶ ଫେରି ଆସିଥିଲେ । ତାଙ୍କୁ ସାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି । ବିଜୟ ହଜାରେ ଟ୍ରଫି ପାଇଁ ସାର୍ଦ୍ଦୁଲଙ୍କୁ ଦଳରୁ ରିଲିଜ କରାଯାଇଛି । ତେବେ ଫିଟନେସ ଟେଷ୍ଟରେ ପାସ ହେବା ପରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଉମେଶ ।

ଗୁଜୁରାଟର ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଡେ ନାଇଟ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏହି ୪ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ରେ ସିରିଜ ବରାବର ରହିଛି ।