କନକ ବ୍ୟୁରୋ : ପ୍ରଥମ ୨ଟି ଟେଷ୍ଟରେ ଭାରତର ବିଜୟ ପରେ ଏବେ ତୃତୀୟ ଟେଷ୍ଟ ବିଜୟ ଉପରେ ଟିମ୍ ଇଣ୍ଡିଆର ନଜର ରହିଛି । ପ୍ରଥମ ୨ଟି ଟେଷ୍ଟରେ ଉମେଶ ଯାଦବଙ୍କୁ ସୁଯୋଗ ମିଳିନଥିବା ବେଳେ ତୃତୀୟ ଟେଷ୍ଟ ପୂର୍ବରୁ ତାଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଉମେଶ ଯାଦବଙ୍କ ବାପା ତିଳକ ଯାଦବଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ତିଳକଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେବ ସେ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା । ତେବେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
ତିଲକ ଯାଦବ ନିଜ ଯୁବାବସ୍ଥାରେ ମଲ୍ଲଯୋଦ୍ଧା ଥିଲେ । ଉତ୍ତରପ୍ରଦେଶର ତିଲକ ପରବର୍ତ୍ତୀ ସମୟରେ ନାଗପୁରକୁ ସିଫ୍ଟ କରିଥିଲେ । ତିଲକଙ୍କର ତିନି ପୁଅ କମଲେଶ, ଉମେଶ, ରମେଶ ଥିବା ବେଳେ ଜଣେ ଝିଅ ମଧ୍ୟ ରହିଛନ୍ତି ।
ଗତ କିଛି ବର୍ଷ ପୂର୍ବେ ଟିମ୍ ଇଣ୍ଡିଆର ନିୟମିତ ସଦସ୍ୟ ଥିବା ଉମେଶଙ୍କୁ ଏବେ ଦଳରେ ସେତେଟା ସୁଯୋଗ ମିଳୁନାହିଁ ।ଉମେଶ ଏବେ ପର୍ଯ୍ୟନ୍ତ ଭାରତ ପାଇଁ ୫୪ଟି ଟେଷ୍ଟ,୭୫ ଦିନିକିଆ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ୧୬୫ ୱିକେଟ ହାସଲ କରିଥିବା ବେଳେ ଉମେଶ ଦିନିକିଆରେ ୧୦୬ ଓ ଟି-୨୦ରେ ୧୨ଟି ୱିକେଟ ହାତେଇଚନ୍ତି ।
Follow Us