କନକ ବ୍ୟୁରୋ: ବିଜେଡିର ପ୍ରାର୍ଥୀ ଘୋଷଣା ପୂର୍ବରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିରେ ଉମା ସାମନ୍ତରାୟଙ୍କ ଶକ୍ତି ପ୍ରଦର୍ଶନ । ନିଜ ସମର୍ଥକଙ୍କୁ ଧରି ଶୋଭାଯାତ୍ରା କରିବା ସହ ଲୋକଙ୍କ ନିକଟକୁ ଯାଇଛନ୍ତି ଉମା । ଗିରଳ ଛକଠାରୁ ସାତପଡ଼ା ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା କରିଥିଲେ ସତ୍ୟବାଦୀ ବିଧାୟକ । ଏହାସହ ଅଲାରନାଥଙ୍କ ଦର୍ଶନ ମଧ୍ୟ କରିଛନ୍ତି ଉମା ସାମନ୍ତରାୟ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବା ସହ ବ୍ରହ୍ମଗିରିର ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସତ୍ୟବାଦୀରୁ ଉମା ବିଧାୟକ ଥିବା ବେଳେ ଚଳିତ ନିର୍ବାଚନରେ ବ୍ରହ୍ମଗିରିରୁ ଲଢ଼ିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି । ସେପଟେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଛାଡ଼ି ଏଥର ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ ଦାସ ବର୍ମା ।
ପ୍ରାର୍ଥୀ ଘୋଷଣା ପୂର୍ବରୁ ବ୍ରହ୍ମଗିରିରେ ଉମାଙ୍କ ଶକ୍ତି ପ୍ରଦର୍ଶନ । ସମର୍ଥକଙ୍କୁ ନେଇ କଲେ ବିଶାଳ ଶୋଭାଯାତ୍ରା ।
/kanak/media/post_attachments/wp-content/uploads/2024/03/uma-samantaray.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)