ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ପେଣ୍ଡ୍ର।ଣୀ...ଭକ୍ତିରେ ଡାକିଦେଲେ ଥରେ ଦୂର କରିଦିଏ ସବୁ ଦୁଃଖ...ମା’ଙ୍କ ପୀଠରେ ପାଦ ପଡିଗଲେ ଭୋକିଲା ଲୋକର ବି ପୂରିଯାଏ ପେଟ

Advertisment
ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ପେଣ୍ଡ୍ର।ଣୀ...ଭକ୍ତିରେ ଡାକିଦେଲେ ଥରେ ଦୂର କରିଦିଏ ସବୁ ଦୁଃଖ...ମା’ଙ୍କ ପୀଠରେ ପାଦ ପଡିଗଲେ ଭୋକିଲା ଲୋକର ବି ପୂରିଯାଏ ପେଟ

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରସିଦ୍ଧ ଠାକୁରାଣୀ ମା ପେଣ୍ଡ୍ର।ଣୀ । କିଛି ବି ଶୁଭ କାମ କରିବା ପୂର୍ବରୁ ଏଠାକାର ଲୋକେ ନିଅନ୍ତି ମାଙ୍କ ଆଶିଷ । ତେବେ ବିଶ୍ୱାସ ରହିଛି କି ମାଙ୍କ ନାମ ସ୍ମରଣ କରି ଶୁଭ କାମ ଆରମ୍ଭ କଲେ ଭକ୍ତଙ୍କ ମନସ୍କାମନା ପୁରଣ କରିବା ପାଇଁ ମା ପ୍ରତକ୍ଷ୍ୟ ଭାବେ ଉଭା ହୋଇଥାନ୍ତି । ତାହା ଯେତେ କଷ୍ଟ ସାଧ୍ୟ କାମ ହୋଇଥିଲେ ମଧ୍ୟ ଅକ୍ଳେଶରେ ସେହି କାମ ପୂର୍ଣ୍ଣ ହୋଇଯାଏ । ମାଙ୍କ ନାମ ସ୍ମରଣ ବିନା କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇନଥାଏ । ଆସ୍ଥା ଓ ବିଶ୍ୱାସର ପ୍ରତୀକ ଭାବେ ଉମରକୋଟଠାରେ ବିଜେ କରିଛନ୍ତି ମା ପେଣ୍ଡ୍ର।ଣୀ ।

publive-image

ଲୋକ କଥା ରହିଛି, ପେଣ୍ଡ୍ର।ଣୀଙ୍କ ମାଟି ରେ ବସବାସ କରୁଥିବା ମାଙ୍କ ଭକ୍ତ କେବେ ଭୋକିଲା ରୁହନ୍ତି ନାହିଁ । ଉମରକୋଟରେ ରହିଛି ମାଙ୍କ ଏକ ବିରାଟ ମନ୍ଦିର । ଯେଉଁଠି ମାଙ୍କ ପୂଜାର୍ଚ୍ଚନା କରାଯାଏ । ମାଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ ଲୋକକଥା । ମାଙ୍କ ଆବିର୍ଭାବ କୁ ନେଇ ଲୋକମତ ରହିଛି ଯେ ମା ହେଉଛନ୍ତି ଜଣେ ସତୀ କନ୍ୟା । ତାଙ୍କ ଘର ହେଉଛି ଛତିଶଗଡ଼ ରାଜ୍ୟ ବିଶ୍ରାମପୁର ଅଞ୍ଚଳ ପେଣ୍ଡରାଗୋଣ୍ଡ ନିକଟରେ । ନିଜ ସ୍ୱାମୀଙ୍କ ଦେହାନ୍ତ ପରେ ସେ ମ୍ରିଣମାନ ହୋଇ ଆତ୍ମଦାହ କରିଥିଲେ ।

publive-image

ଆତ୍ମଦାହ ପରେ ସେ ପେଣ୍ଡରା ବୃକ୍ଷ ମୂଳରେ ସେ ଜନ୍ମ ହୋଇଥିବା ନେଇ ନିଜ ପିତା ଓ ମାତାକୁ ଜଣାଇବାକୁ ଚାହିଁଥିଲେ। ସ୍ୱପ୍ନାଦେଶରେ କହିଥିଲେ ଯେ ସେ ପେଣ୍ଡରା ବୃକ୍ଷ ମୂଳରେ ଆବିର୍ଭାବ ହୋଇଛନ୍ତି ଏବଂ ତାଙ୍କ ପୂଜାର୍ଚ୍ଚନା କର ନଚେତ ଅନିଷ୍ଟ ହେବା ସହିତ ତାଙ୍କର ବଂଶ ମଧ୍ୟ ଧ୍ଵଂସ ହୋଇଯିବ । ସ୍ୱପ୍ନାଦେଶ ପାଇବା ପରେ ବାପା ପୁରୁଶୁ ଗୋଣ୍ଡ ଯେତେବେଳେ ଉମରକୋଟର ପେଣ୍ଡରା ବୃକ୍ଷ ମୂଳକୁ ଯାଇଥିଲେ ସେହି ସମୟରେ ସେହି ବୃକ୍ଷ ମୂଳରେ ଶିଳା ରୂପରେ ମା ଆବିର୍ଭାବ ହୋଇଛନ୍ତି ଆଉ ସେହି ଦିନ ଠାରୁ ସେହି ସ୍ଥାନରେ ମାଙ୍କୁ କରାଯାଉଛି ପୂଜାର୍ଚ୍ଚନା । ମାଙ୍କ ବିଶ୍ୱାସ ଓ ମହିମାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଯାହା ଭକ୍ତଙ୍କୁ ଅକୃଷ୍ଟ କରିଥାଏ ମାଙ୍କ ପୀଠକୁ ।

publive-image

ବର୍ଷର ଆଶ୍ୱିନ ମାସର ଦଶହରା ପୂଜା ଓ ଚୈତ୍ର ମାସର ପ୍ରସିଦ୍ଧ କଳସ ଯାତ୍ରା ବ୍ୟତୀତ ବର୍ଷ ସାରା ମାଙ୍କ ପୂଜାର୍ଚ୍ଚନା କରାଯାଏ । ପ୍ରତ୍ୟେକ ରବିବାର ଦିନ ମାଙ୍କ ମନ୍ଦିର ଖୋଲା ଯାଉଥିବାରୁ ସେ ଦିନ ମାଙ୍କ ଦର୍ଶନ ପାଇଁ ସୁଅ ଛୁଟି ଥାଏ ଭକ୍ତଙ୍କର । କେବଳ ଉମରକୋଟ ସହର ନୁହଁ ସହର ବାହରରୁ ବି ଭକ୍ତ ମାନେ ଆସି ମାଙ୍କ ନିକଟରେ କରିଥାନ୍ତି ମାନସିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe