ନବରଙ୍ଗପୁର ଉମରକୋଟ ନିକଟରେ ଓଲଟିଲା ପିକଅପ୍ ଭ୍ୟାନ, ୨ ଗୁରୁତର ସହ ୨୩ ଆହାତ

ନବରଙ୍ଗପୁର ଉମରକୋଟ ନିକଟରେ ଓଲଟିଲା ପିକଅପ୍ ଭ୍ୟାନ, ୨ ଗୁରୁତର ସହ ୨୩ ଆହାତ

କନକ ବ୍ୟୁରୋ : ନବରଙ୍ଗପୁର ଉମରକୋଟରୁ ଆସିଛି ଦୁଃଖଦ ଖବର । ଗୋଟିଏ ପିକଅପ୍ ଭ୍ୟାନ ଓଲଟିପଡିବାରୁ ୨ ଜଣ ଗୁରୁତର ହେବା ସହ ୨୩ ଜଣ ଆହାତ ହୋଇଛନ୍ତି । ଝରିଗାଁ ବ୍ଲକ ଏମମ୍ବା ନିକଟରେ ଘଟିଛି ଏଭଳି ଘଟଣା । ସମସ୍ତ ଆହାତଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଏକମ୍ବା ଗାଁରୁ ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଖବର ପାଇଁ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଭିତରୁ ଲୋକଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe