କନକ ବ୍ୟୁରୋ : ନବରଙ୍ଗପୁର ଉମରକୋଟରୁ ଆସିଛି ଦୁଃଖଦ ଖବର । ଗୋଟିଏ ପିକଅପ୍ ଭ୍ୟାନ ଓଲଟିପଡିବାରୁ ୨ ଜଣ ଗୁରୁତର ହେବା ସହ ୨୩ ଜଣ ଆହାତ ହୋଇଛନ୍ତି । ଝରିଗାଁ ବ୍ଲକ ଏମମ୍ବା ନିକଟରେ ଘଟିଛି ଏଭଳି ଘଟଣା । ସମସ୍ତ ଆହାତଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଏକମ୍ବା ଗାଁରୁ ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଖବର ପାଇଁ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଭିତରୁ ଲୋକଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

Advertisment