ପୁଣି କେନ୍ଦ୍ରମନ୍ତ୍ରୀ ଉମାଭାରତୀଙ୍କ ବିବାଦୀୟ ବୟାନ। ପ୍ରିୟଙ୍କାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଲେ, ଜଣେ ଚୋରର ପତ୍ନୀ ଭାବେ ତାଙ୍କୁ ଦେଖିବ ହିନ୍ଦୁସ୍ଥାନ

ପୁଣି କେନ୍ଦ୍ରମନ୍ତ୍ରୀ ଉମାଭାରତୀଙ୍କ ବିବାଦୀୟ ବୟାନ। ପ୍ରିୟଙ୍କାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଲେ, ଜଣେ ଚୋରର ପତ୍ନୀ ଭାବେ ତାଙ୍କୁ ଦେଖିବ ହିନ୍ଦୁସ୍ଥାନ

କନକ ବ୍ୟୁରୋ: ନିର୍ବାଚନୀ ସଭାରେ ଭାଷଣ ବେଳେ ବାରମ୍ବାର ବିବାଦୀୟ ବୟାନ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ବିବାଦୀୟ ବୟାନ ଦେଇ ନିକଟରେ ପ୍ରଚାରରୁ ବାଦ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ । ଏତିକି ବେଳେ ସାମ୍ନାକୁ ଆସିଛି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ଉମାଭାରତୀଙ୍କ ମନ୍ତବ୍ୟ । ସେ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି ।

ଉମାଭାରତୀ କହିଛନ୍ତି, ପ୍ରିୟଙ୍କା ହେଉଛନ୍ତି ଜଣେ ଚୋରର ସ୍ତ୍ରୀ ଓ ହିନ୍ଦୁସ୍ତାନ ତାଙ୍କୁ ସେହି ନଜରରେ ଦେଖିବେ । ଛତିଶଗଡର ଦୁର୍ଗରେ ନିର୍ବାଚନ ପ୍ରଚାର ବେଳେ ଉମା ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ପ୍ରିୟଙ୍କାଙ୍କ ପତିଙ୍କ ଉପରେ ଚୋରିର ଅଭିଯୋଗ ରହିଛି । ଜଣେ ଚୋରର ପତ୍ନୀଙ୍କୁ ଲୋକମାନେ ଯେଉଁ ନଜରରେ ଦେଖନ୍ତି ଦେଶ ମଧ୍ୟ ସେହି ନଜରରେ ଦେଖିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଉମାଭାରତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe