କନକ ବ୍ୟୁରୋ: ନିର୍ବାଚନୀ ସଭାରେ ଭାଷଣ ବେଳେ ବାରମ୍ବାର ବିବାଦୀୟ ବୟାନ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ବିବାଦୀୟ ବୟାନ ଦେଇ ନିକଟରେ ପ୍ରଚାରରୁ ବାଦ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ । ଏତିକି ବେଳେ ସାମ୍ନାକୁ ଆସିଛି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ଉମାଭାରତୀଙ୍କ ମନ୍ତବ୍ୟ । ସେ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି ।

Advertisment

ଉମାଭାରତୀ କହିଛନ୍ତି, ପ୍ରିୟଙ୍କା ହେଉଛନ୍ତି ଜଣେ ଚୋରର ସ୍ତ୍ରୀ ଓ ହିନ୍ଦୁସ୍ତାନ ତାଙ୍କୁ ସେହି ନଜରରେ ଦେଖିବେ । ଛତିଶଗଡର ଦୁର୍ଗରେ ନିର୍ବାଚନ ପ୍ରଚାର ବେଳେ ଉମା ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ପ୍ରିୟଙ୍କାଙ୍କ ପତିଙ୍କ ଉପରେ ଚୋରିର ଅଭିଯୋଗ ରହିଛି । ଜଣେ ଚୋରର ପତ୍ନୀଙ୍କୁ ଲୋକମାନେ ଯେଉଁ ନଜରରେ ଦେଖନ୍ତି ଦେଶ ମଧ୍ୟ ସେହି ନଜରରେ ଦେଖିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଉମାଭାରତୀ ।