ମୋଦିଙ୍କ ଉପରେ ବହି ଲେଖିବେ ଉମା ଭାରତୀ: ଗୋଡରେ ଆଘାତ ଲାଗିଥିବାରୁ ବିଶ୍ରାମ ବେଳେ ପ୍ରଧାନମନ୍ତ୍ରୀଙ୍କ ଉପରେ ପୁସ୍ତକ ଲେଖିବେ

204

କନକ ବ୍ୟୁରୋ: ମୋଦିଙ୍କ ଉପରେ ବହି ଲେଖିବେ ଉମା ଭାରତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁସ୍ତକ ଲେଖିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ମୋଦିଙ୍କ ସହ ତାଙ୍କ ସମ୍ପର୍କ, ତାଙ୍କ ଅନୁଭୂତି ଆଉ ତାଙ୍କ ଠାରୁ ଶିଖିଥିବା କଥାକୁ ନେଇ ଉମା ଏକ ବହି ଲେଖିବାକୁ ଯାଉଛନ୍ତି ।

ତେବେ ଖୁବଶୀଘ୍ର ଏହି ବହି ଲେଖା ଆରମ୍ଭ ହେବ ବୋଲି ଉମା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ତଳେ ଉମା ଭାରତୀଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା ଆଉ ସେ ଆହତ ହୋଇଥିଲେ । ତେଣୁ ଡାକ୍ତର ତାଙ୍କୁ ଦେଢ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ତେବେ ଏହି ବିଶ୍ରାମ ସମୟରେ ସେ ମୋଦିଙ୍କ ଉପରେ ଏକ ପୁସ୍ତକ ଲେଖିବାକୁ ମନସ୍ଥ କରିଛନ୍ତି ।

ଉମା ଟ୍ୱିଟରରେ ଲେଖିଛନ୍ତି ଯେ ସେ ୪ ବର୍ଷ ତଳେ କହିଥିଲେ ଯେ ମୋଦିଙ୍କ ଉପରେ ପୁସ୍ତକ ଲେଖିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ନିଜର ଗୁରୁ, ବଡ ଭାଇ ମାନନ୍ତି । ମୋଦିଙ୍କୁ ସେ ୧୯୭୩ ମସିହାରୁ ଜାଣନ୍ତି, ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା । ମୋଦିଙ୍କୁ ଭଗବାନ ଯେଉଁ ଶକ୍ତି ଦେଇଛନ୍ତି ସେହି ଶକ୍ତିକୁ ନିଜ ଶରୀର, ମନ ଓ ସାଧନା ଦ୍ୱାରା ପ୍ରସ୍ତୁତ କରିଛନ୍ତି । ଆଉ ସେହି ସବୁକୁ ଉମା ନିଜ ବହିରେ ଉଲ୍ଲେଖ କରିବେ ବୋଲି ସୂଚନା ମିଳିଛି ।