ଡାକ୍ତରଖାନାରେ ଭର୍ତି ହେଲେ ଉମା ଭାରତୀ ! ମୁଣ୍ଡ ଓ ଗୋଡରେ ଲାଗିଛି ଆଘାତ

343

କନକ ବ୍ୟୁରୋ : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ଜୋଲିଗ୍ରାଣ୍ଟସ୍ଥିତ ହିମାଳୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ଜଣାଯାଇଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବାର ସୂଚନା ମିଳିଛି । ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ଖସିଯିବାରୁ ତାଙ୍କ ପାଦରେ ଫ୍ୟାକଚର ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଅପରାହ୍ନରେ ଋଷିକେଶରେ ଥିବା ବ୍ରହ୍ମପୁରୀ ଆଶ୍ରମକୁ ଉମାଭାରତୀ ଯାଇଥିଲେ। ସେଠାରେ ସେ ଖସିପଡ଼ିଥିଲେ ।

ପ୍ରଥମେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ, କିନ୍ତୁ ପରେ ଏହା ବଢ଼ିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣା ସଂପର୍କରେ ନିଜେ ଉମାଭାରତୀ ଟୁଇଟରରେ ସୂଚନା ଦେଇଛନ୍ତି । ଆଘାତ ପାଇବା ପରେ ସେ ଟୁଇଟରରେ ଲେଖିଛନ୍ତି,‘ ମୋର ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଛି ଏବଂ ଆଗାମୀ ଏକ ମାସ ଯାଏଁ ଏହା ରହିବ । ଡାକ୍ତରୀ ଟିମ ମୋତେ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି । ’