କନକ ବ୍ୟୁରୋ : ଏଣିକି ନନ୍ଦନକାନନର ବାଘୁଣୀର ହେବ ଅଲଟ୍ରା ସାଉଣ୍ଡ । ବାଘୁଣୀ ପେଟରେ କେତେ ଶାବକ ଅଛନ୍ତି ତାହା ଜଣାପଡିବ ମାତ୍ର କେଇ ମିନିଟରେ । ଅତ୍ୟାଧୁନିକ ଅପରେସନ ଥିଏଟରରେ କରାୟିବ ଅସ୍ତ୍ରୋପଚାର । ନନ୍ଦନକାନନ ପାଇଁ ଅତ୍ୟାଧୁନୀକ ଅଲଟ୍ରା ସାଉଣ୍ଡ ତଥା ଅତ୍ୟାଧୁନୀକ ୟନ୍ତ୍ରପାତି ୟୋଗାଇବା ପାଇଁ ପିସିସିଏଫକୁ ନିବେଦନ କରିଛନ୍ତି ନନ୍ଦନକାନନ କର୍ତୃପକ୍ଷ ।
ଆମ ପେଟରେ ଅତ୍ୟଧିକ ୟନ୍ତ୍ରଣା ହେଲେ , ଡାକ୍ତର ଅଲଟ୍ରା ସାଉଣ୍ଡ କରାଇବାପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ଏଣିକି ବାଘ ବାଘୁଣୀର ବି ହେବ ଅଲଟ୍ରା ସାଉଣ୍ଡ । ତାହା ପୁଣି ଓଡିଶାରେ । ନନ୍ଦନକାନନରେ ଥିବା ବାଘ ବାଘୁଣୀ ତଥା ଅନ୍ୟ ଜନ୍ତୁଙ୍କର ହେବ ଅଲଟ୍ରା ସାଉଣ୍ଡ । ଆଘାତ ଲାଗିଲେ ସଙ୍ଗେ ସଙ୍ଗେ ହେବ ଏକ୍ସ ରେ । ଶାବକ ଜନ୍ମ ହେବା ସମୟରେ ଅନେକ ସମସ୍ୟା ସାମ୍ନାକୁ ଆସେ । ବାଘୁଣୀ ପେଟରେ କେତେ ଶାବକ ଅଛନ୍ତି ତାହା ଜଣାପଡୁନଥିବାରୁ ସମସ୍ୟାରେ ପଡିୟାନ୍ତି ନନ୍ଦନକାନନ କର୍ମଚାରୀ । ପ୍ରସବ ବେଦନାରେ ବାଘୁଣୀକୁ କଷ୍ଟ ସହିବାକୁ ପଡୁଥିଲା । କିନ୍ତୁ ଏଣିକି ନନ୍ଦନକାନନକୁ ଆସୁଥିବା ପୋରଟେବୁଲ ଅଲଟ୍ରା ସାଉଣ୍ଡରେ ଚିକିତ୍ସକଙ୍କୁ ସହାୟକ ହେବ ।
ଅତ୍ୟାଧୁନୀକ ପୋରଟେବୁଲ ଅଲଟ୍ରାସାଉଣ୍ଡ ମେସିନ ସମେତ, ଏକ୍ସରେ ଓ ଗ୍ୟାସିୟସ ମେସିନ ଆସିବ ନନ୍ଦନକାନନ । ଏନେଇ ପିସିସିଏଫ ଓାଇଲ୍ଡଲାଇଫକୁ ନିବେଦନ କରିଛନ୍ତି ନନ୍ଦନକାନନ କର୍ତୃପକ୍ଷ । ୪୫ ଲକ୍ଷ ବିନିମୟରେ କିଣାୟିବ ଏହି ୟନ୍ତ୍ରପାତି । ଅତ୍ୟାଧୁନୀକ ଅପରେସନ ଥିଏଟର ସାଙ୍ଗକୁ ଅତ୍ୟାଧୁନୀକ ୟନ୍ତ୍ରପାତି ନନ୍ଦନକାନନର ଜୀବଜନ୍ତୁଙ୍କର ମୃତ୍ୟୁ ଅଟକାଇବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ପରିବେଶବିତ ।