୩ ଦିନରେ ଛାଡ ସରକାରୀ କ୍ୱାର୍ଟର । ପୂର୍ବତନ ବିଧାୟକଙ୍କୁ ଚରମବାଣୀ ଶୁଣାଇଲେ ବାଚସ୍ପତି ।

Advertisment
୩ ଦିନରେ ଛାଡ ସରକାରୀ କ୍ୱାର୍ଟର । ପୂର୍ବତନ ବିଧାୟକଙ୍କୁ ଚରମବାଣୀ ଶୁଣାଇଲେ ବାଚସ୍ପତି ।

ସରକାରୀ କ୍ୱାର୍ଟର ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଆସନ୍ତା ୩ ଦିନ ମଧ୍ୟରେ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ମାସ ୧୬ ତାରିଖରେ ମାସକ ମଧ୍ୟରେ କ୍ବାର୍ଟର ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ନୋଟିସ ଜାରି କରିଥିଲେ ବାଚସ୍ପତି। କେବଳ ସେତିକି ନୁହେଁ, ଆବଶ୍ୟକସ୍ଥଳେ ଘରୁ ପାଣି ଓ ବିଜୁଳି ସଂଯୋଗ କାଟଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ କି ବହୁ ପୂର୍ବତନ ବିଧାୟକ ସରକାରୀ ଘର ମାଡ଼ି ବସିଥିବାରୁ ନୂତନ ବିଧାୟକମାନଙ୍କୁ ଘର ଦିଆଯାଇପାରୁନାହିଁ । ତେଣୁ ପୂର୍ବତନ ବିଧାୟକମାନଙ୍କ ଘରଛାଡ଼ିବା ଆବଶ୍ୟକ ହୋଇ ଉଠିଛି। ଏଥିଲାଗି ବାଚସ୍ପତି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୂର୍ବତନ ବିଧାୟକଙ୍କ କ୍ୱାର୍ଟରରୁ ଜଳ ଓ ବିଦ୍ୟୁତ ସଂଯୋଗ କାଟିଦେବାକୁ ପ୍ରାୟ ମାସକ ତଳେ ନିର୍ଦ୍ଦେଶ ଦେଇଥିଲେ।

ଏହି ତାଲିକାରେ ବିଭିନ୍ନ ଦଳର ୨୬ ପୂର୍ବତନ ବିଧାୟକ ରହିଛନ୍ତି। ଜାରି ତାଲିକାରେ ଝିନ୍ନ ହିକ୍କକା, ସରୋଜିନୀ ହେମ୍ବ୍ରମ, ବସନ୍ତ ପଣ୍ଡା, ସଞ୍ଜୀବ ସାହୁ, ସରୋଜ ସାମଲ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, କିଶୋର ତରାଇ, ପୁଷ୍ପେନ୍ଦ୍ର ସିଂଦେଓ, ରବି ନାରାୟଣ ନାୟକ, ନୀତେଶ ଗଙ୍ଗଦେବ, ନନ୍ଦିନୀ ଦେବୀ, ମହେଶ ସାହୁ, ଦାମୋଦର ରାଉତ, ଦେବାଶିଷ ନାୟକ,ସାନନ୍ଦ ମାର୍ଣ୍ଡି, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଗୋଲକ ବିହାରୀ ନାୟକ, ବିଜୟଶ୍ରୀ ରାଉତରାୟ, ଧନେଶ୍ବର ମାଝୀ, ବିଭୂତି ଭୂଷଣ ହରିଚନ୍ଦନ, ପ୍ରଭାତ ତ୍ରିପାଠୀ, ଭୂଜବଳ ମାଝୀ, ଯୁଗଳ କିଶୋର ପଟ୍ଟନାୟକ, ସ୍ବର୍ଗତ ସୁବଳ ସାହୁ ଓ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ନାମ ରହିଥିଲା।

ତେବେ ଗତ ମାସକ ମଧ୍ୟରେ କେତେ ଜଣ ପୂର୍ବତନ ବିଧାୟକ ସରକାରୀ କ୍ବାଟର ଛାଡ଼ିଛନ୍ତି, ସେହି ସୂଚନା ହସ୍ତଗତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe