ରାଞ୍ଚୀରେ ଆଜି ଶକ୍ତି ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ । ଜେଏମଏମ୍ ନେତୃ୍ତ୍ୱ ମହରାଲିରେ ଯୋଗଦେବେ ଲାଲୁ-ଖଡଗେଙ୍କ ସମେତ ଏହି ବରିଷ୍ଠ ନେତା

84

କନକ ବ୍ୟୁରୋ ; ଝାଡଖଣ୍ଡ ରାଞ୍ଚୀରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିରାଟ ରାଲିର ଆୟୋଜନ କରାଯାଇଛି । ଏଥିରେ ୧୪ଟି ବିରୋଧୀ ଦଳର ୧୪ ଜଣ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ରାଲିର ନାମ ଅଲଗୁଲାନ ନ୍ୟାୟ ମହାରାଲି ବୋଲି ରଖାଯାଇଛି । ଅଲଗୁଲାନର ଅର୍ଥ ବିଦ୍ରୋହ । ଏହି ନାମରେ ଜଳ, ଜଙ୍ଗଲ, ଜମୀର ଅଧିକାର ନେଇ ବିର୍ଶା ମୁଣ୍ଡା ଆନ୍ଦୋଳନ କରିଥିଲେ ।

ପ୍ରଭାତ ତାରା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଲିରେ ବିରୋଧୀଦଳର ଅନେକ ବରିଷ୍ଠ ନେତା ଯୋଗ ଦେବେ । ସେମାନଙ୍କ ମଧ୍ୟରେ ଲାଲୁ ଯାଦବ, ମଲ୍ଲିକାର୍ଜୁନ ଖଡଗେ, ଫାରୁକ୍ ଅବଦୁଲା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ସୁନୀତା କେଜ୍ରିୱାଲ, ସଂଜୟ ସିଂ, ଡେରେକ ଓବ୍ରାୟନ, ପ୍ରିୟଙ୍କା ଚର୍ତୁବେଦୀ, ଦିପଙ୍କର ଭଟ୍ଟାଚାର୍ଯ୍ୟ,ସାମିଲ ହେବେ ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଏହି ରାଲିରେ ମୁଖ୍ୟବକ୍ତା ଭାବେ ଭାଷଣ ଦେବେ । ବିରୋଧୀଙ୍କ ଅଭିଯୋଗ ରହିଛି କି, କେନ୍ଦ୍ର ସରକାର ଆଦିବାସୀ-ମୂଳନିବାସୀଙ୍କ ଉପରେ ଅତ୍ୟାଚାର ହେଉଚି । ସେମାନଙ୍କୁ ସେମାନଙ୍କର ଜଳ, ଜଙ୍ଗଲ ଓ ଜମି ଅଧିକାର ଛଡେଇ ନିଆଯାଉଛି । ଏହାସହ ରାଲିରେ ବିରୋଧୀ ଶାସିତ ରାଜ୍ୟ ବିରୋଧରେ ଜାତୀୟ ଯାଂଚ ଏଜେନ୍ସିର ଅପବ୍ୟବହାର କରିବା, ରାଜ୍ୟସରକାରଙ୍କ ନେତାଙ୍କୁ ମନଗଢା କାହାଣୀ ତିଆରି କରି ଜେଲରେ ଭରିବା ଭଳି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କୁ ଘେରିବେ ।

ସେପଟେ ଏହି ରାଲିକୁ ବିରୋଧ କରି ବିଜେପି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି । ବିଜେପି ଅଭିଯୋଗ କରିଛି କି, ବିରୋଧୀ ନିର୍ବାଚନୀ ଆଚାର ସଂହିତାର ଉଲଂଘନ କରି ରାଲି କରୁଛି । ଏନେଇ ଝାଡଖଣ୍ଡ ବିଜେପି ନେତାଙ୍କ ଏକ ପ୍ରତିନିଧୀ ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ।