ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ। କାର୍ଯ୍ୟକ୍ରମ ପାଇଁ ଜାରିହେଲା ପୋଷ୍ଟର। 

474

କନକ ବ୍ୟୁରୋ: ରାହୁଲ ଗାନ୍ଧୀ ଚଳିତ ମାସ ଶେଷ ଆଡକୁ ୧୦ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ଏଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ମେ ୩୦ରେ ସେ ସାଣ୍ଟା କ୍ଲାରାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ରାହୁଲ ଗାନ୍ଧୀ ଏହାର ପୋଷ୍ଟର ମଧ୍ୟ ଜାରିକରିଛନ୍ତି । ସେ ଲୋକଙ୍କୁ ଏଥିରେ ବିପୁଳ ସଂଖ୍ୟାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

ଇଣ୍ଡିଆନ ଓଭରସିଜ କଂଗ୍ରେସ ୟୁଏସଏ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମର ପୋଷ୍ଟର ଜାରିକରାଯାଇଛି । ଏଥିରେ ଲେଖାଯାଇଛି ଯେ ‘ମୋହବତ କି ଦୁକାନ୍’ ଇଭେଣ୍ଟ ଇନ ବେ ଏରିଆ । ଧର୍ମନିରପେକ୍ଷ ଏବଂ ଲୋକତାନ୍ତ୍ରିକ ଭାରତ ପାଇଁ ହାତ ମିଳାଇବାକୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୋଷ୍ଟରରେ ହେଲପଲାଇନ ନଂ ମଧ୍ୟ ଜାରିକରାଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାହୁଲ ମେ ୨୮ରେ ଆମେରିକା ଗସ୍ତ କରିବେ । ସେ ପ୍ରଥମେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବେ । ୨୯ ଏବଂ ୩୦ ତାରିଖରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରିବେ । ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ ମେ ୩୧ ତାରିଖରୁ ୧୦ ଦିନ ପାଇଁ ସେ ଆମେରିକା ଗସ୍ତରେ ଯିବେ ।