କନକ ବ୍ୟୁରୋ : ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମରେ ଶହ ଶହ ନିରୀହ ଜନତାଙ୍କୁ ହତ୍ୟା କରାଯାଉଛି । ଏନେଇ ଅର୍ନ୍ତରାଷ୍ଟ୍ରୀୟ କୋର୍ଟରେ ଅଭିଯୋଗ ଦାଖଲ କରିଛି ୟୁକ୍ରେନ । ୟୁକ୍ରେନ ଅଭିଯୋଗ କରିଛି କି ଋଷ ଯୁଦ୍ଧ ନାମରେ ୟୁକ୍ରେନର ସାଧାରଣ ନାଗରିକମାନଙ୍କୁ ହତ୍ୟା କରିବାରେ ଲାଗିଛି । ଏନେଇ କୋର୍ଟ ତୁରନ୍ତ ଅଭିଯୋଗର ଶୁଣାଣି କରି ନ୍ୟାୟ ପ୍ରଦାନ କରିବାକୁ ୟୁକ୍ରେନ ଦାବି କରିଛି । ଏହାସହ ୟୁକ୍ରେନ ଆଇସିଜେରେ ଦାବି କରିଛି କି କୋର୍ଟ ତରଫରୁ ଆଦେଶ ଦିଆଯାଉ କି ଋଷ ସେନା ୟୁକ୍ରେନ ଛାଡି ଚାଲିଯାନ୍ତୁ । ୟୁକ୍ରେନର ଏହି ଅଭିଯୋଗ ଉପରେ ଆଇସିଜେ ଆସନ୍ତା ସପ୍ତାହରେ ଶୁଣାଣି କରିପାରେ ବୋଲି ଆଶା କରାଯାଉଛି ।

Advertisment

ଅନ୍ୟପଟେ ସଂଯୁକ୍ତ ରାଷ୍ଟ୍ରର ଶରଣାର୍ଥୀ ଏଜେନ୍ସି ତରଫରୁ ଦାବି କରାଯାଇଛି କି, ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରଠାରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୬୮ ହଜାର ଲୋକ ୟୁକ୍ରେନ ଛାଡି ସାରିଛନ୍ତି । ଏହାସହ ୟୁଏନ କହିଛି କି ଆଶା କରାଯାଉଛି ୪୦ ଲକ୍ଷ ଲୋକ ୟୁକ୍ରେନ ଛାଡି ପଡୋଶୀ ଦେଶକୁ ଚାଲିଯିବୋ

ସେପଟେ ଏହି ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ରଷିଆନ ସ୍ପେଶାଲ ଫୋର୍ସର କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି କି ୟୁକ୍ରେନରେ ଋଷସେନା ଯେଭଳି ଭାବେ ନିଜର ବାହଦୁରୀ ଦେଖାଇଛି ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେବା କଥା ।