ସ୍ନାଇପରକୁ ନେଇ ହଲିଉଡରେ ବହୁ କଳ୍ପିତ ଚଳଚ୍ଚିତ୍ର ତିଆରି ହେଇଛି । ଫିଲ୍ମ ହିରୋକୁ ଅସାଧାରଣ କରି ଚିତ୍ରଣ କରାହୁଏ ହଲିଉଡରେ । ବହୁ କିଲୋମିଟର ଦୂରରୁ ଯିଏ ଲକ୍ଷ୍ୟଭେଦ କରି ପାରୁଥାଏ ସବୁବେଳେ । କିଛି ଚଳଚ୍ଚିତ୍ର ଓସ୍କାର ପାଇଁ ମଧ୍ୟ ମନୋନୀତ ହେଇଛି ।

Advertisment

ଏହିପରି ଏକ ରିଏଲ ସ୍ନାଇପରର କଥା ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ହେଇଛି ।

ୟୁକ୍ରେନର ଜଣେ ସ୍ନାଇପର ଯୁଦ୍ଧକ୍ଷେତ୍ରରେ ୩.୮ କିଲୋମିଟର ଦୂରରୁ ସଠିକ ଲକ୍ଷ୍ୟଭେଦ କରି ଋଷର ଜଣେ ସୈନିକକୁ ମାରି ଧରାଶାୟୀ କରିଦେଇଛି । ଏହା ଏକ ସର୍ବକାଳୀନ ସ୍ନାଇପର ରେକର୍ଡ ଅଟେ ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଢେଇ ବର୍ଷ ପାଖାପାଖି ହେଇଗଲାଣି । ଏହା ଥମିବାର ନାଁ ନେଉନାହିଁ । ଏହି ଯୁଦ୍ଧରେ ଉଭୟ ପକ୍ଷରୁ ହଜାର ହଜାର ସୈନିକ ମୃତ୍ଯୁବରଣ କଲେଣି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୁଦ୍ଧକ୍ଷେତ୍ରରେ ନୂତନ ରେକର୍ଡ ମଧ୍ୟ ପ୍ରସ୍ତୁତ ହେଉଛି ।

ଆଜ୍ଞା ହଁ , ଆପଣ ଠିକ ଶୁଣିଲେ , ଏହା ସମ୍ପୂର୍ଣ ସତ୍ୟ ଅଟେ ।

ରୁଷ-ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ଜଣେ ୟୁକ୍ରେନ ସ୍ନାଇପର ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଦାବି ହେଉଛି ଯେ ୟୁକ୍ରେନର ଜଣେ ସ୍ନାଇପର ରୁଷର ଜଣେ ସୈନିକଙ୍କୁ ପ୍ରାୟ ୩.୮ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରି ମାରିବାରେ ସକ୍ଷମ ହେଇଛନ୍ତି  । ଏଭଳି ବିପଜ୍ଜନକ ସ୍ନାଇପର ପୁଟିନଙ୍କ ପାଇଁ ମଧ୍ୟ ଟେନସନ ସୃଷ୍ଟି କରିଛି ।

ଏହା ପୂର୍ବରୁ ସ୍ନାଇପର ରେକର୍ଡ କ’ଣ ଥିଲା ଏବଂ ଏହା କେତେ ଦୁରତାର ଥିଲା ?

ୟୁକ୍ରେନ ସ୍ନାଇପର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ୟୁକ୍ରେନୀ ସ୍ନାଇପର ପୂର୍ବ ରେକର୍ଡକୁ ପ୍ରାୟ ୨୬୦ ମିଟର ପଛରେ ପକେଇଦେଇଛନ୍ତି  । ଏହି ୟୁକ୍ରେନୀ ସ୍ନାଇପର ଜଣକ ଯୁଦ୍ଧକ୍ଷେତ୍ରରେ ଜଣେ ରୁଷ ସୈନ୍ୟକଙ୍କୁ ୩.୮ କିଲୋମିଟର ଦୂରରୁ ଗୁଳି ଚଳାଇ ହତ୍ୟା କରିଥିବାର ଦାବି କରାଯାଉଛି । ଏହି ଦାବିକୁ SBU ପ୍ରେସ କନଫର୍ମ କରିଛି । ବାସ୍ତବରେ ବର୍ତ୍ତମାନ ରୁଷ-ୟୁକ୍ରେନ ଯୁଦ୍ଧରେ ତୋପ, ଡ୍ରୋନ୍ ଏବଂ ଯୁଦ୍ଧ ବିମାନର ବହୁଳ ବ୍ୟବହାର କରାଯାଉଛି କିନ୍ତୁ ଏହି ସମୟରେ, ସ୍ନାଇପରମାନେ ମଧ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

କାନାଡାର ୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା

ଏହି ବିଶ୍ୱ ରେକର୍ଡ କରିଥିବା ସ୍ନାଇପର ୟୁକ୍ରେନର ସୁରକ୍ଷା ବିଭାଗରେ କାମ କରେ । ନ୍ୟୁଜ୍ ୱିକ୍ ରିପୋର୍ଟ ଅନୁଯାୟୀ, ରେକର୍ଡ ବ୍ରେକିଙ୍ଗ୍ ସଟ୍ ପ୍ରାୟ ୩.୮ କିଲୋମିଟର ଦୂରରୁ ନିଆଯାଇଥିଲା । ଏହା କରି ସେ ୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ପୁରୁଣା ରେକର୍ଡ କାନାଡାର ଜଣେ ସ୍ନାଇପର ନାଁ ରେ ନାମିତ ଥିଲା । କାନାଡା ସ୍ପେଶାଲ୍ ଫୋର୍ସର ସ୍ନାଇପର ଇରାକରେ ୩ ହଜାର ୫୪୦ ମିଟର ଦୂରରୁ ଗୁଳିଚଳାଇ ଲକ୍ଷଭେଦ କରିଥିଲେ । ଏହା ପୂର୍ବରୁ ସ୍ନାଇପିଂ ପାଇଁ ବିଶ୍ୱ ରେକର୍ଡ ବ୍ରିଟିଶ ସ୍ନାଇପର କ୍ରେଗ ହାରିସନଙ୍କ ନାମରେ ଥିଲା। ଯିଏ ୨୦୦୯ ରେ ୨ ହଜାର ୪୭୫ ମିଟର ଦୂରରୁ ଲକ୍ଷ୍ୟଭେଦ କରି ଆଫଗାନିସ୍ତାନରେ ଜଣେ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।

publive-image

ସ୍ନାଇପର କାହାକୁ କୁହନ୍ତି ଏବଂ ସେମାନେ କେଉଁ ବନ୍ଧୁକ ବ୍ୟବହାର କରିଥାନ୍ତି ? 

ସ୍ନାଇପର ମାନଙ୍କୁ ଯୁଦ୍ଧକ୍ଷେତ୍ର ହେଉ କିମ୍ବା ଅନ୍ୟ କୌଣସି ସାମରିକ ଅପରେସନ କି ଆତଙ୍କବାଦୀ ନିରୋଧୀ ପରି କାର୍ଯ୍ୟରେ ନିୟୋଜିତ  କରାଯାଇଥାଏ । ସେମାନେ ବହୁ ଦୂରରୁ ଲକ୍ଷଭେଦ କରିବାରେ ସକ୍ଷମ ଅଟନ୍ତି । AK -47 ପରିବହୁଳ ବ୍ୟବହାର ହେଉଥିବା ଲୋକପ୍ରିୟ ବନ୍ଧୁକର ସଠିକ ଫାୟାରିଂ ରେଞ୍ଜ ୫୦୦ ମିଟର ପର୍ଯ୍ୟନ୍ତ ହୋଇଥାଏ ।  ସାମ୍ନାସାମନି ଯୁଦ୍ଧ ପାଇଁ ଏହା ବହୁତ ଉପଯୋଗୀ । ସ୍ନାଇପର ମାନେ  ଏକ ସ୍ବତନ୍ତ୍ର ପ୍ରକାର ବନ୍ଧୁକ ବ୍ୟବହାର କରିଥାନ୍ତି । ଏହାର ଲକ୍ଷ୍ୟଭେଦ କ୍ଷମତା ସାଧାରଣ ବନ୍ଧୁକ ଠାରୁ ବହୁତ ଅଧିକ । ଏହାର ଆକାର ମଧ୍ୟ ବହୁତ ବଡ଼ । ଏଥିରେ ଏକ ଟେଲେସ୍କୋପ ଲାଗିଥାଏ । ଏହି ଟେଲେସ୍କୋପ ସାହାଯ୍ୟ ସେମାନେ ଲକ୍ଷ୍ୟକୁ ଦେଖି ଗୁଳି ଚଳାଇଥାନ୍ତି । ଏଥିରେ ବହୁତ ବୈଷୟିକ ବିଷୟ ମଧ୍ୟ ଅଛି । ଯେପରି ପବନର ଗତି , ବେଗ ଇତ୍ୟାଦି ପାଇଁ ସଠିକ ଗାଣିତିକ ସୂତ୍ର ଦରକାର ।