ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଜୋ ବାଇଡେନଙ୍କୁ କଲେ ସାକ୍ଷାତ।

ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଜୋ ବାଇଡେନଙ୍କୁ କଲେ ସାକ୍ଷାତ।

କନକ ବ୍ୟୁରୋ: ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସାକ୍ଷାତ କରିଛନ୍ତି । ଜେଲେନ୍ସ୍କି କହିଛନ୍ତି କେବେବି ଆତ୍ମସମର୍ପଣ କରିବୁନି । ସମର୍ଥନ କରିଥିବାରୁ ସେ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ପରୋକ୍ଷରେ ରୁଷକୁ ଟାର୍ଗେଟ୍ କରିଛନ୍ତି । ପ୍ରତିଶ୍ରୁତି ଦେଇ ବାଇଡେନ୍ କହିଛନ୍ତି, ୟୁକ୍ରେନ୍କୁ କଦାପି ଏକଟୁଆ ଛାଡିବୁନି । ଏହା ସହ ସହାୟତା ଘୋଷଣା କରିଛନ୍ତି ବାଇଡେନ୍ ।

ୟୁକ୍ରେନ୍ ପାଇଁ ୧ ଦଶମିକ ୮୫ ଆରବ ଡଲାର ସୈନ୍ୟ ସହାୟତା ଦେବା ପାଇଁ ବାଇଡେନ୍ ଘୋଷଣା କରିଛନ୍ତି । ଏହା ସହ ବାଇଡେନ୍ କହିଛନ୍ତି, ସେ ଚାହୁଁଛନ୍ତି ତୁରନ୍ତ ଯୁଦ୍ଧ ଶେଷ ହେଉ । ଏଥିପାଇଁ ଯାହା ଆବଶ୍ୟକ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଇଡେନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe