କନକ ବ୍ୟୁରୋ: ମୁଁ ୟୁକ୍ରେନରେ ରହିଛି, କୌଣସି ପରିସ୍ଥିତିରେ ୟୁକ୍ରେନର ସେନା ଆତ୍ମସମର୍ପଣ କରିବନି । ଆମେ ସମସ୍ତେ ଏକାଠି ହୋଇ ଦେଶକୁ ସୁରକ୍ଷିତ ରଖିବା । ୟୁକ୍ରେନ ସହର ଭିତରେ ପୁଟିନ୍ ସେନାର ପହରା ଭିତରେ ଆମେରିକା ୟୁକ୍ରେନ ରାଷ୍ଟ୍ରପତି ଜୋଲେନସ୍କିଙ୍କୁ ସୁରକ୍ଷିତ ଭାବେ ଦେଶ ଛାଡିବାକୁ ପ୍ରସ୍ତାବ ଦେଇଥିଲା । ଯାହାର ଜବାବରେ ଏପରି କହିଛନ୍ତି ଜେଲେନସ୍କି ।

Advertisment

ଯାହାକି ଲୋକଙ୍କ ମନବୋଳ ବଢାଇଛି । ୟୁକ୍ରେନର ବିଭିନ୍ନ ସହରରେ ଲୋକମାନେ ଏକାଠି ହୋଇ ରୁଷ ବିରୋଧରେ ନାରାବାଜି କରିଛନ୍ତି । ସୋଶିଆଲ ମିଡିଆରେ ମଧ୍ୟ ବିଭିନ୍ନ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ୬୦ ବର୍ଷୀୟ ବୃଦ୍ଧ ୟୁକ୍ରେନ ସେନାରେ ସାମିଲ ହୋଇ ଦେଶ ପାଇଁ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଜେଲେନସ୍କି ଚାହିଁଥିଲେ ଆମେରିକା ଯାଇ ଆତ୍ମଗୋପନ କରିପାରିଥାନ୍ତେ । ଏବଂ ଆମେରିକା ସରକାର ତାଙ୍କୁ ସୁରକ୍ଷା ଦେଇଥାନ୍ତା । କିନ୍ତୁ ୟୁକ୍ରେନ ରାଷ୍ଟ୍ର୍ରପତି ସେଭଳି କିଛି ନକରି ବରଂ ନିଜେ ରାଜଧାନୀରେ ଉପସ୍ଥିତ ରହିଛନ୍ତି । ଫଳରେ ୟୁକ୍ରେନ ଜନତାଙ୍କ ମନୋବଳ ବି ଭାଙ୍ଗି ନାହିଁ ।

୨୦୧୯ରେ କମେଡିଆନରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଜଲେନସ୍କି । ରାଜନୀତିର ଅଭିଜ୍ଞତା ଯଦିଓ ସେମିତି କିଛି ନାହିଁ । କିନ୍ତୁ ଯୁଦ୍ଧ ବେଳେ ଲୋକଙ୍କ ସହିତ ରହି ଜେଲେନସ୍କି ଲଢେଇ କରୁଛନ୍ତି । ଯେଉଁଥିପାଇଁ ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଅନେକ ଦେଶର ମୁଖିଆଙ୍କ ସହ ମଧ୍ୟ ଜେଲେନସ୍କି ନିଜେ କଥା ହେଉଛନ୍ତି । ଜର୍ମାନୀ ଏବେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବାକୁ ରାଜି ହୋଇଛି । ସେହିପରି ଅନ୍ୟାନ୍ୟ ଦେଶ ୟୁକ୍ରେନକୁ ସାମରିକ ଶକ୍ତି ଯୋଗାଇ ଦେବାକୁ ରାଜି ହୋଇଛନ୍ତି ।