କନକ ବ୍ୟୁରୋ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ହେବ ଶାନ୍ତି ବାର୍ତା । ବେଲାରୁସ ସୀମାରେ ହେବ ଆଲୋଚନା । ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶାନ୍ତି ବାର୍ତା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜୋଲେନସ୍କିଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ବେଲାରୁସରେ ବୈଠକ ପାଇଁ ସହମତି ପ୍ରକାଶ କରିନଥିଲେ ଜୋଲେନସ୍କି ।
ପରେ ବେଲାରୁସର ନେତା ଆଲେକଜାଣ୍ଡର ଲେକାସେଙ୍କୋଙ୍କୁ ଜେଲେନସ୍କି ସୀମାରେ ବୈଠକ ପାଇଁ ରାଜି ବୋଲି କହିଥିବା ସୂଚନା ମିଳିଛି । ଜେଲେନସ୍କିଙ୍କୁ ଆମେରିକା ସୁରକ୍ଷିତ ଭାବେ ଦେଶ ଛାଡିବାକୁ ପ୍ରସ୍ତାବ ଦେଇଥିଲା । ଏମିତିକି ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଆମେରିକା କହିଥିଲା । କିନ୍ତୁ ଏପରି ଅଫରକୁ ୟୁକ୍ରେନ ରାଷ୍ଟ୍ର୍ରପତି ପ୍ରତ୍ୟାକ୍ଷାନ କରିଛନ୍ତି । ଯୁଦ୍ଧ ବେଳେ ସେ ଲୋକଙ୍କ ସହିତ ରହିବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/21-36.jpg)