କନକ ବ୍ୟୁରୋ : ୟୁକ୍ରେନର ରାଜଧାନୀ କିବରେ ପ୍ରବେଶ କଲା ଋଷ ସେନା । ଋଷିଆ ସେନାର ପ୍ରବେଶ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ଅନୁପ୍ରବେଶକାରୀଙ୍କ ସହ ଋଷିଆ ସେନା ସାମିଲ୍ ଅଛନ୍ତି । ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଋଷିଆ ଦଖଲ କରିନେବ । ୟୁକ୍ରେନ୍ ନାଗରିକଙ୍କୁ କର୍ଫ୍ୟୁ ନିୟମ ପାଳନ ପାଇଁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି ।

Advertisment

ତେବେ ୟୁକ୍ରେନ ରାଜଧାନୀ କିବରେ ଆଜି ମଧ୍ୟ ରୁଷିଆ ସେନା ପକ୍ଷରୁ ବୋମାମାଡ ହୋଇଛି । ଆଜି ଋଷିଆର ୨ଟି ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ୟୁକ୍ରେନର ଦାବି କରିଛି । ଋଷ ସେନାର ବିପୁଳ କ୍ଷତି କରିଥିବା ୟୁକ୍ରେନ ସେନା ଦାବି କରୁଛି । ଋଷିଆର ୭ଟି ଏୟାରକ୍ରାଫ୍ଟ, ୬ ହେଲିକପ୍ଟର, ୩୦ ଟ୍ୟାଙ୍କ ନଷ୍ଟ କରିଥିବା ଦାବି କରୁଛି । ଯାହା ମଧ୍ୟରେ ଅତ୍ୟାଧୁନିକ ସୁଖୋଇ ଏସ- ୩୦ ଯୁଦ୍ଧ ବିମାନ ରହିଛି । ୫୦ ଜଣ ଋଷିଆ ସୈନିକଙ୍କ ମୃତ୍ୟୁ, ୨୫ ଜଣ ଆତ୍ମ ସମର୍ପଣ କରିଥିବା ୟୁକ୍ରେନର ଦାବି କରିଛି । ୟୁକ୍ରେନର କୋନୋଟୋପ ସହରକୁ ଋଷିଆ ସେନା ଘେରି ରହିଛି ।

ରାଜଧାନୀ କିବ ଆଡକୁ ଲଗାତର ଋଷିଆ ସେନା ଅଗ୍ରସର ହେଉଛି । ରୁଷିଆର ମୁକାବିଲା ପାଇଁ ୟୁକ୍ରେନ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଇଛି । ଲୋକଙ୍କୁ ପ୍ରାୟ ୧୦ ହଜାର ଆସଲ୍ଟ ରାଇଫଲ ଦେଇଥିବା କିବ ମିଡିଆରେ ପ୍ରକାଶ କରାଯାଇଛି । ରୁଷିଆ ପ୍ରାୟ ୨୦୩ଟି ରକେଟ ମାଡ କରିଥିବା ୟୁକ୍ରେନ ସେନାର ସୂଚନା ଦେଇଛି । ଋଷିଆ ସେନାର ଆକ୍ରମଣରେ ୧୩୭ ୟୁକ୍ରେନ ସୈନ୍ୟ ଓ ନାଗରିକଙ୍କ ମୃତ୍ୟୁ ସୂଚନା ।