କନକ ବ୍ୟୁରୋ: ୟୁକ୍ରେନ-ଋଷ ସେନା ମଧ୍ୟରେ ଭୀଷଣ ଆକ୍ରମଣ ଜାରି ରହିଛି । ଏହା ମଧ୍ୟରେ ୟୁକ୍ରେନ ସେନାର ଏକ ଦାବି ହଇଚଇ ସୃଷ୍ଟିି କରିଛି । ମେ ୯ ତାରିଖ ସୁଦ୍ଧା ଋଷ ଯୁଦ୍ଧ ଶେଷ କରିବ ବୋଲି ୟୁକ୍ରେନ ସେନା ଦାବି କରିଛି କିବ୍ ଇଣ୍ଡିପେଣ୍ଡେଣ୍ଟ । ଏହାର ରିପୋର୍ଟ ମୁତାବକ, ୯ ମେ ସୁଦ୍ଧା ଯୁଦ୍ଧ ବନ୍ଦ କରିବାକୁ ଋଷ ସେନାକୁ ଆଦେଶ ଦିଆଯାଇଛି । ଏହି ତାରିଖ ଋଷ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନ ଋଷରେ ନାଜି ଜର୍ମାନୀକୁ ନେଇ ବିଜୟ ଉତ୍ସବ ପାଳନ କରାଯାଇଥିଲା ।

Advertisment

କେବଳ ଏତିକି ନୁହେଁ ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଏପରି କିଛି କହିଛନ୍ତି ଯାହାକୁ ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରିଛି । ଋଷ ହଜାର ହଜାର ୟୁକ୍ରେନ ନାଗରିକଙ୍କୁ ଋଷକୁ ପଠାଇଦେଉଛି । ସେମାନଙ୍କର ଇଚ୍ଛା ବିରୁଦ୍ଧରେ ସେଠାରେ ରଖୁଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ବନ୍ଧକ ମଧ୍ୟ କରୁଛି । ଫଳରେ ଏମାନଙ୍କୁ ଢାଲ କରି ୟୁକ୍ରେନକୁ ସମର୍ପଣ କରିବାକୁ ବାଧ୍ୟ କରିପାରିବ । ୟୁକ୍ରେନର ୪ ଲକ୍ଷ ଲୋକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଋଷ ପଠାଯାଇଛି । ସେମାନଙ୍କ ମଧ୍ୟରେ ୮୪ ହଜାର ଶିଶୁ ଅଛନ୍ତି ବୋଲି କହିଛନ୍ତି ୟୁକ୍ରେନର ବରିଷ୍ଠ ଅଧିକାରୀ ଲୟୁଡମାୟଲା ଡେନିସୋବା ।