କନକ ବ୍ୟୁରୋ : ଋଷ ସୈନିକଙ୍କ ଘନଘନ ଆକ୍ରମଣ ପରେ ଜୀବନ ରକ୍ଷା ପାଇଁ ସଂଘର୍ଷ କରୁଛନ୍ତି ୟୁକ୍ରେନବାସୀ । ଗୋଟିଏ ପଟେ ୟୁକ୍ରେନ ରାଜଧାନୀ କିବ ଆଡକୁ ଅଗ୍ରସର ହେଉଛି ଋଷିଆ ସେନା । କ୍ଷେପଣାସ୍ତ୍ର ଆକ୍ରମଣ ଓ ବୋମା ବିସ୍ଫୋରଣ ଜାରି ରହିଥିବାବେଳେ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହୋଇପଡିଛି । ଋଷିଆ ସେନା କେବଳ ୟୁକ୍ରେନର ସାମରିକ ଘାଟିକୁ ଟାର୍ଗେଟ କରୁଥିବାବେଳେ ଜନବସତି ଅଂଚଳ ମଧ୍ୟ ପ୍ରଭାବିତ ହୋଇଛି ।

Advertisment

ଋଷିଆ ସେନାର ମିଜାଇଲ ମାଡରେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ତେଣୁ ଏଭଳି ବିପଦଜନକ ସ୍ଥିତିରେ ରାଜଧାନୀ କିବରେ ଏକେ ଲୋକେ ଘରଛାଡି ଭୂତଳ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଉଛନ୍ତି । ଋଷର ବୋମା ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏମାନେ ମାଟିତଳେ ଆଶ୍ରୟ ଖୋଜୁଛନ୍ତି । ମୁଣ୍ଡ ଉପରେ ମୃତ୍ୟୁ ଘୁରି ବୁଲୁଥିବାବେଳେ ମେଟ୍ରୋ ଷ୍ଟେସନରେ ଜୀବନ ରକ୍ଷା କରିବାକୁ ପ୍ରୟାସ ଚଳାଇଛନ୍ତି । ୟୁରୋପୀୟ ରାଷ୍ଟ୍ରରେ କିବରେ ସବୁଠାରୁ ବଡ ଭୂତଳ ନେଟୱର୍କ ରହିଛି । ଯାହା ଲୋକଙ୍କ ସୁରକ୍ଷିତ ବଙ୍କର ଭଳି କାମ ଦେଉଛି ।