କନକ ବ୍ୟୁରୋ: ମସ୍କୋ ଉପରେ କିଭର ଆକ୍ରମଣ। ୟୁକ୍ରେନ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଥିବା ବେଳେ ଆକ୍ରମଣ କରିଛି ୟୁକ୍ରେନ୍। ଭାରତର ଅନ୍ୟତମ ବନ୍ଧୁ ରାଷ୍ଟ୍ର ହେଉଛି ଋଷ। ୟୁକ୍ରେନ ଅଗଷ୍ଟ ୨୪ରେ ଜାତୀୟ ଦିବସ ପାଳନ କରିବାକୁ ଯାଉଛି। ମୋଦୀ ଦୁଇ ଦେଶର ସଂପର୍କକୁ ମଜବୁତ କରିବାକୁ ୟୁକ୍ରେନ ଯାଉଛନ୍ତି। ଏହି ସମୟରେ କିନ୍ତୁ ୟୁକ୍ରେନ ଋଷ ଉପରେ ଆକ୍ରମଣ କରିଛି, ନିକଟରେ ମୋଦୀ ଋଷ ମଧ୍ୟ ଗସ୍ତ କରିଥିଲେ । ଏହି ସମୟରେ ମଧ୍ୟ ମସ୍କୋ କିଭ୍ ଉପରେ ଆକ୍ରମଣ କରିଥିଲା। ଆଉ ଅନେକ ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିଲା। ଏବେ ଡ୍ରୋନ୍ ଜରିଆରେ ଆକ୍ରମଣ କରି ୟୁକ୍ରେନ ଯବାବ ଦେବାକୁ ପ୍ରୟାସ କରିଥିବା କୁହାଯାଉଛି। ୟୁକ୍ରେନର ମେୟର ସେର୍ଗେଇ ସୋବିୟାନିନ୍ କହିଛନ୍ତି ଯେ ମସ୍କୋ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ଏଥିରେ ଋଷର ୧୦ଟି ଡ୍ରୋନ ନଷ୍ଟ ହୋଇଯାଇଛି। ମେୟର ଆହୁରି ମଧ୍ୟ କହିଛନ୍ତି ଯେ ପୋଡୋଲସ୍କ ସହରରେ କିଛି ଡ୍ରୋନ ନଷ୍ଟ କରାଯାଇଛି। ଋଷର ସ୍ଥାନୀୟ ସମୟ ଭୋର ୪ଟା ୪୩ମିନିଟରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଗତ ବର୍ଷ ମେ ମାସରେ ଡ୍ରୋନ୍ ଆକ୍ରମଣ ପରେ ଏହି ଆକ୍ରମଣକୁ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଯେଉଁଠାରେ ଗତବର୍ଷ ମସ୍କୋର ୮ଟି ଡ୍ରୋନ୍ ନଷ୍ଟ ହୋଇଥିଲା। ଏବେ ୧୦ଟି ଡ୍ରୋନ୍ ନଷ୍ଟ ହୋଇଛି। ଯେତେବେଳେ ମୋଦୀ ଋଷ ଗସ୍ତ କରିଥିଲେ ଏହି ସମୟରେ ସେ ୟୁକ୍ରେନକୁ ଅଣଦେଖା କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ପରେ ମୋଦୀ ୟୁକ୍ରେନ ଗସ୍ତ କରିଛନ୍ତି ।