କନକ ବ୍ୟୁରୋ: ଋଷର ୨ଟି ପାଟ୍ରୋଲ ବୋଟକୁ କୃଷ୍ଣ ସାଗରରେ ଟାର୍ଗେଟ କରି ବୁଡାଇ ଦେଇଛି ୟୁକ୍ରେନ । ୟୁକ୍ରେନ ଡ୍ରୋନ୍ ଋଷର ୨ଟି ରାପ୍ଟର ବୋଟ୍ ଧ୍ୱଂସ କରିଦେଇଛି ବୋଲି ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଋଷ ୟୁକ୍ରେନର ଏକ ଯୁଦ୍ଧ ବିମାନ ଖସାଇଦେଇଥିବା ଜଣାପଡିଛି ।
ୟୁକ୍ରେନ ସୀମା ସଂଲଗ୍ନ ଦକ୍ଷିଣ ବେଲରୋଡ ଅଞ୍ଚଳରେ ୟୁକ୍ରେନ ୨ଥର ବିସ୍ଫୋରଣ କରିଛି । ଋଷ ଖାରକିବରେ ଲଗାତାର ଆକ୍ରମଣ ଜାରି ରଖିଛି । ରବିବାର ଦିନ ଖାରକିବର ଉତ୍ତର ଏବଂ ପୂର୍ବାଞ୍ଚଳରେ ଋଷ ଲଗାତାର ବିସ୍ଫୋରଣ କରିଥିଲା । ଇତି ମଧ୍ୟରେ ଋଷ ୟୁକ୍ରେନକୁ ମିଳିଥିବା ପଶ୍ଚିମ ରାଷ୍ଟ୍ରର ଅସ୍ତ୍ର ସହାୟତାକୁ ଟାର୍ଗେଟ କରିଛି ।
ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଦ୍ୱାରା ୟୁକ୍ରେନକୁ ଦିଆଯାଇଥିବା ଅସ୍ତ୍ରକୁ ଟାର୍ଗେଟ କରି ଋଷ ଆକ୍ରମଣ କରିଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୟୁକ୍ରେନ ସହର ଓଡେଶା ନିକଟସ୍ଥ ଏକ ସାମରିକ ଏୟାରଲିଫ୍ଟର ରନୱେକୁ ଋଷ ଧ୍ୱଂସ କରିଦେଇଛି । ଏୟାରଲିଫ୍ଟରେ ଆକ୍ରମଣ ପାଇଁ ଋଷ ଉଚ୍ଚ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ମାଡ କରିଛି । ଗତକାଲି ରାତିରେ ଋଷ ଖାରକିବରେ ୟୁକ୍ରେନର ୨ଟି ସୁ-୨୪ ଏମ ବମ୍ବର ମଧ୍ୟ ଖସାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/6-3.jpg)