କନକ ବ୍ୟୁରୋ : ଦୀର୍ଘ ଦେଢ ବର୍ଷ ପରେ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଉଗ୍ର ରୂପ ଧାରଣ କରିଛି । ବୁଧବାର ରୁଷରେ ସବୁଠୁ ବଡ ଡ୍ରୋନ ଆକ୍ରମଣ ହୋଇଛି । ଏହି ଆକ୍ରମଣ ପାଇଁ ରୁଷ ୟୁକ୍ରେନକୁ ଦାୟୀ କରିଛି । ରୁଷର ପଶ୍ଚିମ ପିସ୍କୋଭ କ୍ଷେତ୍ରରେ ଥିବା ବିମାନବନ୍ଦରକୁ ଡ୍ରୋନ୍ ଆକ୍ରମଣ କରି ଋଷର ଅନେକ ବିମାନ ନଷ୍ଟ କରାଯାଇଛି । ଏପରିକି ସମ୍ପୁର୍ଣ୍ଣ ବିମାନ ବନ୍ଦରଟି ମଧ୍ୟ ଧ୍ୱଂସ ପାଇଯାଇଛି । ଋଷିଆର ଅନ୍ୟ ୬ ଟି ଅଂଚଳରେ ମଧ୍ୟ ଆକ୍ରମଣ ହୋଇଛି । ଆକ୍ରମଣ ପରେ ମସ୍କୋର ଆକାଶ ଧୂଆଁର ବାଦଲରେ ଘୋଡାଇ ହୋଇଯାଇଛି । ରୁଷର ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁଯାୟୀ ଚାରୋଟି ପରିବହନ ବିମାନ ନଷ୍ଟ ହୋଇଛି । ଆକ୍ରମଣ ପାଇଁ ୧୦ରୁ ୨୦ ଡ୍ରୋନ ବ୍ୟବହାର ହୋଇଥିବା ସୂଚନା ମିଳିଛି

Advertisment

ୟୁକ୍ରେନର ଡ୍ରୋନ ଆକ୍ରମଣ ପରେ ପ୍ରତିଶୋଧ ଲକ୍ଷ୍ୟରେ ଆକ୍ରମଣକୁ ଜୋରଦାର କରିଛି ଋଷ । ୟୁକ୍ରେନର ରାଜଧାନୀ କୀଭକୁ ଟାର୍ଗେଟ କରି ଘନଘନ ମିଶାଇଲ ମାଡ କରିଛି । ଋଷ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି ।

ଋଷ ଭିତରେ ପଶି ଏଭଳି ଆକ୍ରମଣ ପୂର୍ବରୁ କେବେ ହୋଇନଥିବା କୁହାଯାଉଛି । ଆକ୍ରମଣ ହୋଇଥିବା ସ୍ଥାନଠୁ ୟୁକ୍ରେନ ସୀମା ୬୦୦ କିଲୋମିଟର ଦୂରରେ ରହିଛି । କିନ୍ତୁ ଶକ୍ତିଶାଳୀ ଡ୍ରୋନ ମାଧ୍ୟମରେ ଋଷ ଭିତରେ ପଶି ଆକ୍ରମଣ କରିଛି ୟୁକ୍ରେନ । ୟୁକ୍ରେନର ଆକ୍ରମଣର ଯବାବ ଦେଇ ଋଷ ରାଜଧାନୀ କୀଭ ଉପରେ ମିଶାଇଲ ଆକ୍ରମଣ କରିଛି । ତେବେ ଋଷର ୨୮ ଟି ମିଶାଇଲ ଏବଂ ୧୫ ଡ୍ରୋନ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ । ଆମେରିକା, ଇଂଲଣ୍ଡ ଭଳି ନାଟୋ ଦେଶରୁ ମିଳୁଥିବା ଅତ୍ୟାଧୁନିକ ଟୋକ୍ନୋଲୋଜି ସଂଯୁକ୍ତ ଡ୍ରୋନ ମାଧ୍ୟମରେ ୟୁକ୍ରେନ ଆକ୍ରମଣ କରିଛି । ସେପେଟ ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ୟୁକ୍ରେନକୁ ଅଧିକ ସାମରିକ ସହାୟତା ଘୋଷଣା କରିଛି ଆମେରିକା । ଯେଉଁଥିରେ ଡ୍ରୋନ, ଏୟାର ଡିଫେନ୍ସ ମିଶାଇଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରହିଛି ।

ଯୁଦ୍ଧ ଆରମ୍ଭରୁ ଆକ୍ରମଣାତ୍ମକ ହୋଇପଡିଥିବା ଋଷ ପଛରେ ପଡିଯାଇଛି । ଦୀର୍ଘ ଦେଢ ବର୍ଷର ଯୁଦ୍ଧରେ ଋଷର ବହୁ ଯୁଦ୍ଧାସ୍ତ୍ର ନଷ୍ଟ ହୋଇଥିବା ବେଳେ ସାମରିକ ସାମଗ୍ରୀ ସରି ସରି ଆସୁଛି । ଏପରି ସ୍ଥତିରେ ୟୁକେନକୁ ଆମେରିକା ସମେତ ନାଟୋ ଦେଶ ଅତ୍ୟାଧିୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି । ତେଣୁ ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି ।