କନକ ବ୍ୟୁରୋ : ୟୁକ୍ରେନ୍ ବିରୋଧେରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ୠଷ । ରାଜଧାନୀ କିଭ୍ ଘେରିବାକୁ ଜୋରଦାର ଉଦ୍ୟମ ଚଳାଇଛି । ଆଜି ଯୁଦ୍ଧର ୧୭ ଦିନରେ ୠଷ ସେନା ପକ୍ଷରୁ ଓଡେଶାରେ ଗୁଳିମାଡ଼ କରାଯାଉଛି । ୠଷର ସୈନ୍ୟମାନେ ୟୁକ୍ରେନର ପଶ୍ଚିମରେ ଥିବା ଲୁଟସ୍କ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍ କରିଛନ୍ତି ।

Advertisment

ଏଥିରେ ବିମାନ ବନ୍ଦରର ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏୟାର ଷ୍ଟ୍ରାଇକ୍ରେ ଧ୍ୱଂସ ହୋଇଯାଇଛି ବିମାନବନ୍ଦର । ସେହିପରି ପ୍ରଥମ ଥର ପାଇଁ ପୂର୍ବାଚଂଳ ତଥା ୟୁକ୍ରେନର ଚତୁର୍ଥ ସର୍ବବୃହତ ସହର ନିପ୍ରୋ ଉପରେ ୠଷ ସେନା ଏୟାର ଷ୍ଟ୍ରାଇକ୍ କରିଛନ୍ତି । ସେପଟେ ୟୁକ୍ରେନର ମିସାଇଲ୍ ମାଡ଼ରେ ୠଷର ଟ୍ୟାଙ୍କ ଧ୍ୱଂସ ହୋଇଯାଇଥିବା ଦାବି କରିଛି ୟୁକ୍ରେନ୍ ।