କନକ ବ୍ୟୁରୋ : ଯୁଦ୍ଧ କେବଳ ବିନାଶ ହିଁ ଆଣିଥାଏ । ଆଉ ଏହି ବିନାଶ ଅନେକ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଆପଣ ଋଷ ଓ ୟୁକ୍ରେନ୍ ଯୁଦ୍ଧ ସମ୍ପର୍କିତ ଅନେକ ରିପୋର୍ଟ ଓ ଖବର ପଢ଼ିଛନ୍ତି । କିନ୍ତୁ ଆଜି ଆମେ ଏମିତି ଜଣେ ବାପା-ପୁଅଙ୍କ କାହାଣୀ କହିବାକୁ ଯାଉଛୁ, ଯିଏ ଏହି ଯୁଦ୍ଧ ପାଇଁ ସବୁଦିନ ମନେ ରହିବେ । ଯେଉଁଠି ବାପ-ପୁର ପରସ୍ପର ବିରୋଧରେ ବନ୍ଧୁକ ମୁନରେ ଠିଆ ହୋଇଛନ୍ତି । ବାପା ରୁଷୀୟ ସେନାରେ କର୍ଣ୍ଣେଲ ଥିବା ବେଳେ ପୁଅ ୟୁକ୍ରେନ୍ ସେନାରେ କାର୍ଯ୍ୟରତ ଅଛନ୍ତି । କେବଳ ସେତିକି ନୁହେଁ, ଗୁଳି ବିନିମୟ ବନ୍ଦ ହେବା ପରେ ଉଭୟ ପରସ୍ପରକୁ ଯୋଗାଯୋଗ ମଧ୍ୟ କରନ୍ତି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍ ଉପରେ ଉପରେ ସବୁଠାରୁ ବଡ଼ ଆକ୍ରମଣ କରିଥିଲାର ଋଷ । ୟୁକ୍ରେନ୍ ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନ ସରକାର ଦେଶର ଯୁବପିଢ଼ିଙ୍କୁ ସେନାରେ ସାମିଲ ପାଇଁ ଆହ୍ୱାନ ଦେଇଥିଲେ । ଆଉ ଏଥିରେ ସାମିଲ ହୋଇଥିଲେ ଅର୍ତୁର । ଆଉ ପିତା ଓଲେଗ ଋଷ ସେନାରେ କର୍ଣ୍ଣେଲ ଅଛନ୍ତି । ଏବେ ପିତାପୁତ୍ର ଦୁଇ ଶତ୍ରୁ ରାଷ୍ଟ୍ର ପକ୍ଷରୁ ଲଢ଼ୁଛନ୍ତି । କେତେବେଳେ କାହା ଗୁଳିରେ କିଏ ପ୍ରାଣ ହରାଇବ, ତାହା ଜଣାନାହିଁ । ଗୋଟିଏ ପଟେ ବାପା-ପୁଅ ଯୁଦ୍ଧ ମଇଦାନରେ ପରସ୍ପର ବିରୋଧରେ ଲଢ଼ୁଥିବା ବେଳେ ସେପଟେ ପରିବାର ସଦସ୍ୟ ଦୁଃଖରେ ଦିନ କାଟୁଛନ୍ତି । ଆଉ ଖୁବଶୀଘ୍ର ଯୁଦ୍ଧ ବନ୍ଦ ହେବା ପାଇଁ ଦିନରାତି ପ୍ରାର୍ଥନା କରୁଛନ୍ତି ।
ନିକଟରେ ଅର୍ତୁର ତାଙ୍କ ପିତା ଓଲେଗଙ୍କୁ ଫୋନ୍ କରି ଋଷକୁ ଖୁବ୍ ଗାଳିଗୁଲଜ କରିଥିଲେ । ବାପା ମଧ୍ୟ ଚୁପ ରହିନଥିଲେ । ବାପା ଓ ପୁଅ ଧର୍ମକୁ ଭୁଲି ରାଜଧର୍ମ ପାଳନ କରିଛନ୍ତି । ୨୭ ବର୍ଷୀୟ ଅର୍ତୁର ଅନ୍ୟ ଯୁବ ସୈନିକଙ୍କ ସହ ମିଶି ୟୁକ୍ରେନ୍ ରାଜଧାନୀ କିଭରେ ମୁତୟନ ଥିଲେ । କିନ୍ତୁ ନିୟମିତ ସେନା ହେବା ପରେ ତାଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଯାଇଛି । ସେପଟେ ବାପା ଓଲେଗ ଡୋନେସ୍କରେ ମୁତୟନ ଅଛନ୍ତି । କିଛି ଦିନ ତଳେ ଡୋନେସ୍କକୁ ୟୁକ୍ରେନ୍ ଠାରୁ ଛଡ଼ାଇ ନେଇଥିଲା ଋଷ । ଅର୍ତୁର ଓ ଓଲେଗ ମୋବାଇଲରେ ମେସେଜ ଓ ଭିଡିଓ କଲ ମାଧ୍ୟମରେ ପରସ୍ପର ସହ କଥା ହେଉଛନ୍ତି । ୟୁକ୍ରେନ୍ ଓ ଋଷ ଯୋଗୁଁ ହଜାର ହଜାର ପରିବାର ଅଲଗା ହୋଇଯାଇଛନ୍ତି । ତେବେ ଏହି ଯୁଦ୍ଧ କେବେ ଶେଷ ହେବ, ତା’ଉପରେ ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/33-7.jpg)