କନକ ବ୍ୟୁରୋ : ଚରମ ସୀମାରେ ପହଞ୍ଚିଲାଣି ଋଷ-ୟୁକ୍ରେନ୍ ବିବାଦ । ଋଷ ସହ ଆଲୋଚନା ପରେ ବି ବାହାରିପାରିଲାନି କୌଣସି ନିଷ୍କର୍ଷ । ସୀମାରେ ସୈନ୍ୟ ସଂଖ୍ୟା ବଢାଇଚାଲିଛି ଋଷ । ଦୁଇ ଦେଶ ମଧ୍ୟରେ ବିବାଦ ଏକପ୍ରକାର ଯୁଦ୍ଧ ଆଡକୁ ମୁହାଁଉଥିବା ବେଳେ ବଡ ଦାବି କରିଛି ଆମେରିକା । କେଉଁ ତାରିଖରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବ ତାହା ଦାବି କରିଛି ଆମେରିକା
ଆମେରିକାର ଗୁଇନ୍ଦା ସଂସ୍ଥାର କହିବା ଅନୁସାରେ, ବର୍ତ୍ତମାନ ଚାରିପଟୁ ୟୁକ୍ରେନକୁ ଘେରିସାରିଲାଣି ଋଷ୍ । ସୀମାରେ ୧ଲକ୍ଷ ୩୦ ହଜାର ସୈନ୍ୟଙ୍କୁ ଏକାଠି କରିସାରିଛି । ୟୁକ୍ରେନକୁ ଘରିବା ପାଇଁ ମିଜାଇଲ୍, ଏୟାରଫୋର୍ସ, ନେଭି ଫୋର୍ସ ଏବଂ ସ୍ପେଶାଲ ଫୋର୍ସକୁ ସୀମାରେ ମୁତୟନ କରିଛି ଋଷ । ଏହାଛଡା ଗତକାଲି ସମୁଦ୍ରରେ ୬ଟି ଯୁଦ୍ଧ ଯାହାଜକୁ ଓହ୍ଲାଇଛି ଋଷ ସେନା । ଏହି ୬ଗୋଟି ଜଳ ଯୁଦ୍ଧ ଯାହାଜ ଉଭୟ ଜଳ ଏବଂ ସ୍ଥଳ ଭାଗରୁ ଆକ୍ରମଣ କରିବାରେ ସିଦ୍ଧହସ୍ତ ।
ତେବେ ଅତି ଚତୁରତାର ସହ ଆକ୍ରମଣ ପାଇଁ ଆଗକୁ ବଢୁଛି ଋଷ । କିନ୍ତୁ ଋଷ ଉପରେ ନଜର ରଖିଛି ଆମେରିକାର ଗୁଇନ୍ଦା ସଂସ୍ତା । ଆମେରିକାର ଗୁଇନ୍ଦା ସଂସ୍ଥା ଦାବି କରିଛି, ଆସନ୍ତା ୨ଦିନ ମଦ୍ୟରେ ଅର୍ଥାତ୍ ଫେବ୍ରୁଆରି ୧୬ତାରିଖ ଦିନ ୟୁକ୍ରେନ୍ ଉପରେ ଆକ୍ରମଣ କରିବ ଋଷ । ଏହି ଖବର ସାମ୍ନାକୁ ଆସିବା ପରେ ଚିନ୍ତା ବଢିଯାଇଛି ।
ଗୋଟିଏ ପଟେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ୟୁକ୍ରେନକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛି ଆମେରିକା । ଗତ ରବିବାର ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଦୀର୍ଘ ୫୦ ମିନିଟ୍ ଆଲୋଚନା କରିଛନ୍ତି । ଏହି କଥାବାର୍ତ୍ତାରେ ଜୋ-ବାଇଡେନ୍ ୟୁକ୍ରେନକୁ ଭରୋଷା ଦେଇଛି କି, ଯଦି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ତାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଜୋରଦାର ଆକ୍ରମଣ କରିବ । ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍ ଋଷ ରାଷ୍ଟ୍ରପତିଙ୍କ ସହ ପ୍ରାୟ ୧ଘଣ୍ଟା କଥା ହୋଇଥିଲେ କିନ୍ତୁ ଆଲୋଚନାରେ କୌଣସି ସୁଫଳ ମିଳିପାରିନାହିଁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us