କନକ ବ୍ୟୁରୋ : ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଋଷ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧରେ ଋଷ ଆଗରେ ଥିଲା । ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରି ଯୁଦ୍ଧ ଜିତିବା ପରିସ୍ଥିତିକୁ ଆସିଯାଇଥିଲା । ହେଲେ ଏବେ ମାତ୍ର ୭ ଦିନ ଭିତରେ ୟୁକ୍ରେନ ସେନା ଏମିତି ଚାଲ ଖେଳିଛି କି ପୁଟିନ ପୁରା ବ୍ୟାକଫୁଟକୁ ଆସିଯାଇଛନ୍ତି । କିଛିମାସ ଧରି ଭୟଭିତ ଅବସ୍ଥାରେ ଥିବା ୟୁକ୍ରେନ ସେନା ଏବେ ଋଷକୁ ଆଖି ଦେଖାଉଛନ୍ତି । ଋଷ ଭିତରେ ପ୍ରବେଶ କରି ଋଷ ସେନାକୁ ତଡିବାରେ ସକ୍ଷମ ହୋଇଛନ୍ତି ୟୁକ୍ରେନ ସେନା ।
ଗୋଟିଏ ବର୍ଷ ଧରି ପୁତିନ ସେନା ୟୁକ୍ରେନର ଯେତିକି ଜମି ଦଖଲ କରିଥିଲା, ତା ଠାରୁ ଋଷର ଅଧିକ ଜମି ଦଖଲ କରିବାରେ ୟୁକ୍ରେନ ସେନାକୁ ମାତ୍ର ୭ ଦିନ ସମୟ ଲାଗିଛି । ଏବେ ୟୁକ୍ରେନ ସେନା ଋଷର କୁସର୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଜାରି ରଖିଛି । ଏହି ଅଞ୍ଚଳ ହେଉଛି ଋଷର ପରମାଣୁ ଘାଟି । ୟୁକ୍ରେନ ସେନା ଯେତେବେଳେ ଋଷର ପରମାଣୁ ଘାଟି ନିକଟରେ ପହଂଚି ସାରିଛି ଏହାକୁ ଦେଖି ପୁଟିନଙ୍କ ଟେନସନ୍ ବୃଦ୍ଧି ପାଇଛି । ଏହାସହ ସାରା ବିଶ୍ୱରେ ମଧ୍ୟ ଭୟର ବାତାବରଣ । ଯଦି ଜେଲେନସ୍କି ସେନା ଋଷର ପରମାଣୁ ଘାଟି ଉପରେ ଆକ୍ରମଣ କରେ ତେବେ ଏହାର ଭୟାବହତା ସାରା ବିଶ୍ୱକୁ ଭୋଗିବାକୁ ପଡିବ ।
ୟୁକ୍ରେନ ଦାବି କରିଛି କି ତାଙ୍କ ସେନା ଆମେରିକାର ୧ ହଜାର ବର୍ଗ କିଲୋମିଟର ଜମି ଦଖଲ କରିଛି । ହେଲେ ଋଷ ସେନା ୧ ବର୍ଷ ଧରି ୟୁକ୍ରେନ ଉପରେ ଆକ୍ରମଣ କରି ମାତ୍ର ୧୧୭୫ ବର୍ଗକିଲୋମିଟର ଜମି ଦଖଲ କରିଛି । ଏବେ ପ୍ରଶ୍ନ ଉଠୁଛି ହଠାତ ୟୁକ୍ରେନ ସେନା ଆକ୍ରାମଣାତ୍ମକ କାହିଁକି ହେଲା । ପ୍ରଥମ କଥା ଏହା ପୁତିନଙ୍କୁ ଜେଲେନସ୍କିଙ୍କ କଡା ଚେତାବନୀ କିମ୍ବା ଆଗକୁ ଆହୁରି କିଛି ବଡ କରିବାର ସଂକେତ ।