କନକ ବ୍ୟୁରୋ : ଋଷିଆର ‘କିଭ୍’ କବଜା ରଣନୀତି । ସମଗ୍ର କିଭ୍ କବଜା ପାଇଁ ଋଷିଆର ବଡ଼ ରଣନୀତି ପ୍ରସ୍ତୁତ କରୁଛି । ୨୪ ଘଂଟା ଭିତରେ କିଭ୍ ଉପରେ ଆକ୍ରମଣ ହେବା ନେଇ ଆଶଙ୍କା କରାଯାଉଛି । ଅଣପାରମ୍ପରିକ ଅସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରିପାରେ ଋଷିଆ । ୟୁକ୍ରେନ୍ ବାୟୁସେନାର ଏୟାରଫିଲ୍ଡ ଉପରେ ଆକ୍ରମଣ ହୋଇପାରେ । ବଲାରୁଷ ରାସ୍ତାରେ ବି ୟୁକ୍ରେନ୍ ଆଡକୁ ଋଷ ସେନା ବଢିପାରେ ।

Advertisment

‘ତୁରନ୍ତ ଛାଡିଦିଅ କିଭ୍’
- କିଭରେ ଥିବା ଭାରତୀୟଙ୍କୁ ଆଲର୍ଟ କଲା ଦୂତାବାସ
- ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ
- ଯେକୌଣସି ମୂହୁର୍ତରେ କିଭରେ ହୋଇପାରେ ଆକ୍ରମଣ
- ଆଜି ସୁଦ୍ଧା କିଭ୍ ଛାଡି ଦେବାକୁ ନିର୍ଦ୍ଦେଶ
- ଟ୍ରେନ୍ କିମ୍ବା ବସରେ ସୀମାନ୍ତ ରାଷ୍ଟ୍ରକୁ ଯିବାକୁ ପରାମର୍ଶ
- ୟୁକ୍ରେନରୁ ଏୟାରଲିଫ୍ଟ ହେବେ ଭାରତୀୟ
- ଭାରତୀୟ ବାୟୁସେନାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଅପରେସନ ଗଙ୍ଗାରେ ସାମିଲ ହେବ ସି-୧୭ ବିମାନ
- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
- ୟୁକ୍ରେନର ସ୍ଥିତି ସଂପର୍କରେ ରାଷ୍ଟ୍ରପତିଙ୍କୁ କରିଛନ୍ତି ଅବଗତ

ୟୁକ୍ରେନ୍ ସେନାର କଡ଼ା ମୁକାବିଲା : - 

- ୟୁକ୍ରେନ ମିଲିଟାରୀ ବେସ ଉପରେ ରୁଷର ଆକ୍ରମଣ
- ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ
- ନଷ୍ଟ ହୋଇଯାଇଛି ପୂରା ମିଲିଟାରୀ ବେସ୍
- ୟୁକ୍ରେନ ଉପରେ ଆକାଶମାର୍ଗରୁ ଘନଘନ ଆକ୍ରମଣ
- ୟୁକ୍ରେନରେ ପ୍ରବେଶ କରିସାରିଛନ୍ତି ବିପୁଳ ଋଷିଆ ସେନା
- ୬୪ କିଲୋମିଟର ଲମ୍ବିଛି ରୁଷିଆ ସେନାର କାରକେଡ୍
- ସୈନିକ, ଗୋଳା ବାରୁଦ ଓ ଯୁଦ୍ଧାସ୍ତ୍ର ଧରି ଆଗକୁ ବଢୁଛି ରୁଷିଆ
- ପ୍ରସ୍ତୁତ ହୋଇ ରହିଛି ଋଷିଆର ଲଢୁଆ ହେଲିକପ୍ଟର
- ଋଷିଆ ସେନାର ଟାର୍ଗେଟରେ ୟୁକ୍ରେନର ସାମରିକ ଘାଟି ଓ ପ୍ରତିଷ୍ଠାନ
- ଲୋକଙ୍କୁ ସେନାବାହିନୀରେ ସାମଲ ପାଇଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଆହ୍ୱାନ
- ଋଷ ବିରୋଧରେ ଆଗକୁ ଆସୁଛନ୍ତି ସାଧାରଣ ଲୋକ

ୟୁକ୍ରେନର ଦାବି : 
- ଋଷର ଦୁଇଟି ଫାଇଟର ଜେଟ୍ ମାରି ଖସାଇ ଦିଆଯାଇଛି
- ସୁଖୋଇ-୩୫ ଓ ସୁଖୋଇ-୩୦ ଖସାଇ ଥିବା ଦାବି
- ଋଷର ୨୯ ଏୟାରକ୍ରାଫ୍ଟ ଖସାଇଥିବା ଦାବି
- ୨୯ ହେଲିକପ୍ଟର ମଧ୍ୟ ମାରି ଖସାଇ ଥିବା ଦାବି
- ଋଷର ଆକ୍ରମଣରେ ସାଧାରଣ ଲୋକଙ୍କ ଧନଜୀବନ ହାନୀ
- ଋଷର ୫ ହଜାର ୭୧୦ ଜଣ ମୃତ୍ୟୁ କିମ୍ବା ଆହତ
- ୪ ଦିନରେ ୧୬ ଜଣ ପିଲା ପ୍ରାଣ ହରାଇଛନ୍ତି
- ୟୁରୋପୀୟ ସଂଘର ସଦସ୍ୟତା ଦାବି କରିଛି ୟୁକ୍ରେନ୍